-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
20-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ହାଇସ୍କୁଲରେ ନବୋଦୟ ପରୀକ୍ଷା ଚାଲିଥିବା ବେଳେ ଉକ୍ତ କେନ୍ଦ୍ର ନିକଟରେ ସରକାରଙ୍କ ପକ୍ଷରୁ ଆଭାସି ମାଧ୍ୟମରେ ଦୁଇଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ବ୍ୟବହାର ହେଇଥିବା ଡ଼ାକବାଜି ଯନ୍ତ୍ର ଯୋଗୁଁ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଥିଲା | ଏହାକୁ ପ୍ରତିବାଦ କରି ଅଭିଭାବକ ମାନେ କଣ୍ଟାମାଳ ଥାନା ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିଥିଲେ | କଣ୍ଟାମାଳ ଥାନା ଅଧିକାରୀ ଆଭାସି କାର୍ଯ୍ୟକ୍ରମ ସମୟରେ ଅତି କମ ଶବ୍ଦ ବ୍ୟବହାର କରି କାର୍ଯ୍ୟକ୍ରମ ସମାପ୍ତି କରିବାର ପ୍ରତିଶ୍ରୁତି ଦେଇଥିଲେ |ପରେ ପୁଣି କଣ୍ଟାମାଳ ବିଧାୟକ ମହିଧର ରଣାଙ୍କ ସହ ଅଭିଭାବକ ମାନେ ଆଲୋଚନା କରି ପରୀକ୍ଷାରେ କୌଣସି ବ୍ୟାଘାତ ନ ହେବାର ପ୍ରତିଶ୍ରୁତି ଦେଇଥିଲେ ।ଅନ୍ୟପଟେ ଶବ୍ଦ ଅଧିକ ହେବାରୁ ପୁଣି ଅଭିଭାବକ ମାନେ ଉକ୍ତ ମଞ୍ଚ ଭିତରକୁ ଆସି ହୋହାଲ୍ଲା କରିବା ପରେ ସମାଧାନ ହୋଇଥିଲା ଓ କମ୍ ସାଉଣ୍ଡରେ ଆତସବାଜି ଯନ୍ତ୍ର ଚାଲୁରହିଥିଲା।ଏଠାରେ ଆଶ୍ଚର୍ଯ୍ୟର ବିଷୟ ଯେ ସରକାର ଛାତ୍ର ଛାତ୍ରୀ ମାନଙ୍କୁ ନେଇ 5t ସ୍କୁଲ କରି ଭବିଷ୍ୟତ ଉଜ୍ଜ୍ୱଳ କରିବାକୁ ଡୀମ ଡିମ ପିଟୁଥିବା ବେଳେ ଆଜିର ଏହି ପରୀକ୍ଷା କେନ୍ଦ୍ର ନିକଟରେ ଏପରି କାର୍ଯ୍ୟକ୍ରମକୁ ନେଇ ହାସ୍ୟାସ୍ପଦ ମନେ କରୁଛନ୍ତି ଅଞ୍ଚଳବାସୀ।