-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
18-Jun-2023
ଖପ୍ରାଖୋଲ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲାରେ କଫ ସିରଫ ମାଫିଆଙ୍କ ପ୍ରାଦୁର୍ଭାବ ଏତିକି ବଢ଼ିଛି ଦିନକୁ ଦିନ ଖପ୍ରାଖୋଲ ପୋଲିସ ଦ୍ୱାରା ଧରାପଡ଼ୁଥିବା ବେଳେ ଗତକାଲି ଖପ୍ରାଖୋଲ ଥାନା ପାଚେର ଗାଁ ର ଜଣକୁ ଖପ୍ରାଖୋଲ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ଆଜି ଏକ ବଡ଼ ଗ୍ୟାଙ୍ଗ ଠାବ କରିଥିବା ଜଣାପଡିଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଜାମଚୁଆଁ ଗାଁ ର କମଳାକାନ୍ତ ଖମାରୀ (୪୦) ପିତା, ମୁଖ୍ୟକର୍ତା ଖମାରୀ,ଶାହାଜପାଣୀ ଗାଁ ର ଧୁବା ମେହେର (୩୪) ପିତା.ଅଭିମନ୍ୟୁ ମେହେର,ଜାମଚୁଆଁ ଗାଁ ର ଜଗନ୍ନାଥ ଶବର (୨୮) ପିତା.ଗଣ୍ଡାରାମ ଶବର , ତୁରେକେଲା ଥାନା ମହନୀଲହ ଗାଁ ର ଧବଳେଶ୍ଵର ସାହୁ (୪୮) ପିତା.ସାନଗନ୍ଦା ସାହୁ,ମଲିକଦରୋ ଗାଁ ର ତ୍ରୀନାଥ ରଣା କରେକ୍ସ ଚାଲାଣ କରୁଥିବା ବେଳେ ଖପ୍ରାଖୋଲ ପୋଲିସ ଦ୍ୱାରା ଗୁର୍ଜିଭଟା ଠାରେ ଧରାପଡ଼ିଛନ୍ତି।ସେମାନଙ୍କ ଠାରୁ ୧୦୧ ବୋତଲ କଫ ସିର୍ଫ,ନିଶା ବଟିକା, ଦୁଇଟି ପଲସର ବାଇକ୍,୧୪୦୦ ଟଙ୍କା ଜବତ କରାଯାଇଥିବା ବେଳେ ଥାନା କେଶ୍ ନମ୍ବର ୯୪/୨୩ ରେ ୫ ଜଣକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।