-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
14-Mar-2022
ବଲାଙ୍ଗିର(ପ୍ରେରଣା ଖବର)- ଗତକାଲି ବଲାଙ୍ଗିର ବିଜାଖମନ ଠାରେ ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ବୈଠକ ଉପସଭାପତି ଦିଲିପ କୁମାର ରଣା ଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରାଯାଇଥିଲା । ଉକ୍ତ ବୈଠକରେ ସାମାଜିକ ନିୟମାବଳୀ ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ସମଗ୍ର ପଶ୍ଚିମାଞ୍ଚଳରେ ଏକକ ସାମାଜିକ ନିୟମ ପ୍ରଚଳନ ଉପରେ ବକ୍ତାମାନେ ଗୁରୁତ୍ୱ ପ୍ରଦାନ କରିଥିଲେ । ଚଳିତ ପଞ୍ଚାୟତ ନିର୍ବାଚନ ରେ ବିଜୟୀ ସମସ୍ତ ସଂଘୀୟ କର୍ମକତ୍ତା କୁମ୍ଭାର ସମାଜ କୁ ଆଗାମୀ ଦିନରେ ସମର୍ଦ୍ଦନା ଦେବା ପାଇଁ ପ୍ରସ୍ତୁତି କରାଯାଇଥିଲା । ଏଥି ପାଇଁ ପ୍ରତ୍ୟେକ ଜିଲ୍ଲା ସଂଘ, ବ୍ଲକ ସଂଘଙ୍କୁ ତାଲିକା ପ୍ରଦାନ କରିବା ପାଇଁ ଏକ ୧୦ ଜଣିଆ କମିଟି ଗଠନ କରାଯାଇଥିଲା । ଏଥିରେ ଅମରେନ୍ଦ୍ର ରଣାଙ୍କ ଆବାହକ ମନୋନୀତ କରାଯାଇଥିଲା । ଏହି ବୈଠକରେ ନିରାକାର ରଣା, ଗଣେଶ୍ୱର ରଣା, ଶଶୀଭୂଷଣ ରଣା, ଚକ୍ରପାଣି ରଣା (କୋଷାଧ୍ୟକ୍ଷ), ଅରୁଣ କୁମାର ରଣା (ମହାସଚିବ), ଲାବଣ୍ୟ ରଣା, ସୁରେଶ ରଣା, ସୁଦାମ ରଣା, ନୃପରାଜ ରଣା, ରାଜକୁମାର ରଣା, ଶେଷଦେବ ରଣାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଅନିଲ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।