-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
14-Mar-2022
ଧର୍ମଗଡ଼ (ଜ୍ୟୋତିରଞ୍ଜନ ବେମାଲ )
ଗତ ବିଳମ୍ବିତ ରାତି ରେ ଧର୍ମଗଡ଼ ଉପଖଣ୍ଡ ଡାକ୍ତର ଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଜଣେ ରୋଗୀ କୁ କାର୍ଯ୍ୟରତ ଡାକ୍ତର ମାଡ଼ ମାରିବା ଘଟଣା ଏବେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି।ସକାଳୁ ସକାଳୁ ପରିବାର ଲୋକେ ରାସ୍ତା ଅବରୋଧ କରିପ୍ରତିବାଦ କରିଛନ୍ତି।ତେବେ ସମ୍ପୃକ୍ତ ଡାକ୍ତର ଜଣ କ ମାରାନ୍ତକ ଆକ୍ରମଣ କରିବା ସହ ଜାତିଭିତିକ ଗାଳି ଦେବା ଅଭିଯୋଗ ରେ ପୋଲିସ ଗିରଫ କରିବା କୁ ଦାବି ରଖିଛନ୍ତି।ଏଥି ସହ ସମ୍ପୃକ୍ତ ଡାକ୍ତର ଙ୍କୁ ଚାକିରି ରୁ ପ୍ରମୁଖ ଦାବି ରଖି ଥିବା ଜଣାପଡିଛି। ତେବେ ଡାକ୍ତର ଶୈଳେଶ୍ୱର ଦୋରା ଇତି ପୂର୍ବ ରୁ ଛତିଶଗଡ଼ ରେ ଚାକିରୀ କରୁଥିଲେ ଏବଂ ସେଠାରେ ମଧ୍ୟ ରୋଗି ପ୍ରତି ଏଭଳି ବ୍ୟବହାର କରୁଥିବା ସୂଚନା ରହିଛି।