-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
05-Sep-2026
ବରପାଲି(ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ତିନି ଦିନ ଧରି ଚାଲିଥିବା ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ଆନୁଷ୍ଠାନିକ ଭାବରେ ପାଳିତ ହୋଇ ଉଦଯାପିତ ହୋଇଯାଇଛି। ପ୍ରଥମ ଦିନରେ ସମାଜ ପକ୍ଷରୁ ଏକ ବିରାଟ କଳସ ଶୋଭାଯାତ୍ରା ବାହାରି ଗହୀରବନ୍ଦ ଠାରୁ ପାଣି କଳସ ଧରି ନଗର ପରିକ୍ରମା କରି ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଭଗବାନ କୃଷ୍ଣଙ୍କ ପୂଜାର୍ଚ୍ଚନା କରିବା ସହିତ ସନ୍ଧ୍ୟାରେ ପ୍ରଥମେ ଏକ ଉଦଘାଟନୀ ଉତ୍ସବ ସଭା ରେ ମନଫୁଲ ଭୋଏ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରପାଲି ବ୍ଲକ ଅଧକ୍ଷା ରିନା ଥଇତ, ସମ୍ମାନିତ ଅତିଥି ବରପାଲି କୃଷି ଅଧିକାରୀ ଦିଲୀପ କୁମାର ମାଝୀ, ଖାଡିଆ ବଗର୍ତି,ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଜଗଦୀଶ ଭୋଏ ଯୋଗ ଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ଦୂତୀୟ ଦିନରେ ସଭାପତି ମନଫୁଲ ଭୋଇଙ୍କ ସଭାପତିତ୍ୱରେ ଓ ନନ୍ଦ ଉତ୍ସବ ମୁଖ୍ୟ ପରିଚାଲାକ ରସାନନ୍ଦ ଥପାଙ୍କ ପରିଚାଲନା ରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ଅନୁଷ୍ଠିତ ହୋଇଯାଇଛି। ଶ୍ରୀକୃଷ୍ଣଙ୍କ ଦୋଳି ଖେଳେ ଏବଂ ଛୋଟ ଛୋଟ ଶିଶୁ ମାନଙ୍କ ଦ୍ୱାରା ରାଧା କୃଷ୍ନ (ବାଲ କୃଷ୍ନ ସମାବେଶ) ହେବା ସହିତ ସନ୍ଧ୍ୟାରେ ଓଡିଶା ସରକାର ସଂସ୍କୃତି ବିଭାଗ ଦ୍ଵାରା ଦିଆ ଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ମାନ୍ୟବର ବରଗଡ ସାଂସଦ ପ୍ରଦୀପ ପୁରୋହିତ, ବରଗଡ ସାଂସଦ ପ୍ରତିନିଧି ସୁରେଶ୍ୱରୀ ଶତପଥୀ, ବରପାଳି ସାଂସଦ ପ୍ରତିନିଧି ପଦ୍ମଲୋଚନ ସାହୁ, ସମାଜସେବୀ ନରେନ୍ଦ୍ର ହୋତା, ସୁରେନ୍ଦ୍ର ପାତ୍ର ବରଗଡ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ପାତ୍ର ,ଯୋଗଦାନ କରି ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଆଲୋକପାତ କରିଥିଲେ। ସେହି ପରି ତୃତୀୟ ଦିନ ପ୍ରଥମେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚନା ସହିତ ଗୋପୂଜା ଓ ଯାଦବ ସମାଜ ର ବନ୍ଧୁ ମିଳନ ହେବା ସାଙ୍ଗକୁ ହୋମ ଯଂଜ୍ଞ ପରେ ପରେ ଗୋପୀ ଗୋପାଳ ମାନଙ୍କ ସହ ନନ୍ଦ ରାଜା ଓ ନନ୍ଦ ରାଣୀ କୃଷ୍ନ ବଳାରାମଙ୍କୁ ନେଇ ନଗର ପରିକ୍ରମା ଘଣ୍ଟ, ଦୁଲ ଦୁଲି, ଡିଜେ,ବାଜା, ସଂକୀର୍ତନ୍ୟ, ଗଉଡ଼ ବାଡ଼ି,କରିଥିଲେ। ଏହି କାଯ୍ୟକ୍ରମରେ ବରପାଳି ବ୍ଲକ ଓ ଏନ ଏ ସି ର ସମସ୍ତ କର୍ମକର୍ତା ଓ ଯାଦବ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ।