-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ବଲାଙ୍ଗିର(ପ୍ରେରଣା ଖବର) ଅପରାଧି ଜଗଦ୍ଦେବର ବିଧାୟକ ପଦ ରଦ୍ଦ କରି ହତ୍ୟା ଅପରାଧ ରେ ତୁରନ୍ତ ଗିରଫ କରାଯାଉ ଓ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବା, ବିଜେପି-ବିଜେଡି-କଂଗ୍ରେସ ଭଳି ଦଳମାନଙ୍କର ପ୍ରତ୍ୟକ୍ଷ ପରିଚାଳନାରେ ହେଉଥିବା ରାଜନୀତିର ଅପରାଧିକରଣ ବନ୍ଦ କରାଯାଉ । ବିଧାୟକଙ୍କ ଗାଡି ଚାପାରେ ଆହତ ବ୍ୟକ୍ତିମାନଙ୍କର ଉପଯୁକ୍ତ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଯୋଗାଇ ଦେବା ଆଦି ଦାବିରେ ଆଜି ଏସ୍ୟୁସିଆଇ (ସି) ଓଡିଶା ପକ୍ଷରୁ ସାରା ଓଡିଶା ପ୍ରତିବାଦ ଦିବସ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଶାଖା ତରଫରୁ ପ୍ରତିବାଦ କରାଯାଇଛି । ବର୍ତ୍ତମାନ ରାଜନୀତିରେ ଅପରାଧିକରଣ ଯୋଗୁଁ ଅପରାଧିମାନେ ହିଁ କ୍ଷମତା କରାୟତ୍ତ କରୁଛନ୍ତି, ତେଣୁ ଏହା ବିରୁଦ୍ଧରେ ଜନସାଧାରଣ ପ୍ରତିବାଦ ପାଇଁ ଆଗେଇ ଆସିବାକୁ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଉଛି । ଏହି ପ୍ରତିବାଦ ସଭାରେ ଜିଲ୍ଲା ସଂପାଦକ ସୁନିଲ ଭୋଇ, ମଧୁସୁଦନ ବାଗ, ରାଜେନ୍ଦ୍ର ରଣା, ତାମସ ବେହେରା, ହୃଷିକେଶ ବୁଡେକ, ଖଗେଶ୍ୱର ମହାନନ୍ଦ, ଗୌରୀ ରାଉତ, ଗୋସେପ ବାଗ, ଶିବ ସାହୁ, ଅହଲ୍ୟା ସାହୁ ପ୍ରମୁଖ ସାମିଲ ଥିଲେ ।