-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
05-Sep-2026
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତି*
ବଲାଙ୍ଗୀର,୦୫/୦୯ : ସୃଷ୍ଟିର ଆରମ୍ଭରୁ ଏବଂ ଚାରି ଯୁଗରେ ଗୁରୁଙ୍କ ମହିମା ଅବର୍ଣ୍ଣନୀୟ । ଆମ ସମାଜରେ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତି । ସେଥିପାଇଁ ଯୁଗେ ଯୁଗେ ଗୁରୁ ବନ୍ଦନୀୟ । ଏକବିଂଶ ଶତାବ୍ଦୀର ମନୁଷ୍ୟ ଯେପରି ବିଶୃଙ୍ଖଳିତ, ଅମାନବୀୟ, ଅନୈତିକ ଆଚରଣ ପ୍ରଦର୍ଶନ କରୁଛି ଧୀରେ ଧୀରେ ମନୁଷ୍ୟ ହିଂସ୍ର ପଶୁଙ୍କ ପରି ହତ୍ୟା, ଗଣଧର୍ଷଣ, ଧର୍ଷଣ, ବ୍ୟଭିଚାର, ପରି ଜଘନ୍ୟ ଅପରାଧ କରୁଛି ଏବଂ ତା ମଧ୍ୟରେ ନୈତିକ ମୂଲ୍ୟବୋଧର ଅବକ୍ଷୟ ଘଟୁଛି, ଏହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଦୁଃଖଦାୟକ । ଆମ ସମାଜକୁ ଶୃଙ୍ଖଳିତ ଏବଂ ମନୁଷ୍ୟ ଆଚରଣ ଓ ସ୍ୱଭାବର ପରିବର୍ତ୍ତନ ଆଣିବାକୁ ହେଲେ ଆଦର୍ଶ ଗୁରୁଙ୍କୁ ନୀତି, ଆଦର୍ଶରେ ତାଙ୍କ ମାର୍ଗଦର୍ଶନରେ ଆମକୁ ଚାଲିବାକୁ ପଡିବ ଅନ୍ୟଥା ଆମର ଜୀବନ ଘୋର ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ ବୋଲି ଅବସରପ୍ରାପ୍ତ ଶିକ୍ଷକ ରତନ ରଣା ଆଜି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ଗୁରୁ ଦିବସ ପାଳନ ଅବସରରେ ମତ ରଖିଥିଲେ। ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ଯୁଗଳ କିଶୋର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ରତନ ରଣା ମହୋଦୟ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଛାତ୍ରଛାତ୍ରୀମାନେ ଦ୍ଵାରା ଗୁରୁ ବନ୍ଦନାର ତାଳେ ତାଳେ ପ୍ରଣିପାତ ପୂର୍ବକ ଉପଢ଼ୌକନ ତଥା ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିବା ସହ ଅକ୍ଷତ,ଚନ୍ଦନ, ସିନ୍ଦୂର ଓ ପୁଷ୍ପରେ ଅଭିଷିକ୍ତ କରାଇଥିଲେ। ପରେ ଛାତ୍ରଛାତ୍ରୀମାନେ ନିଜର ବକ୍ତବ୍ୟରେ ଗୁରୁଙ୍କ ମହିମା ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ରାମ ନାରାୟଣ ଦାସ, କୃପାସିନ୍ଧୁ ମିଶ୍ର, ଲିଙ୍ଗରାଜ ନନ୍ଦ, ଦୀପକ ସେନ ଧରୁଆ,ସମୀର ସେଠି, ବୃନ୍ଦାବନ ଭୂଏ , ହିମାଂଶୁ ଶେଖର ବିଶ୍ଵାଳ,ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ, ତପସ୍ଵିନୀ ପଟେଲ, କାନ୍ତି ଭୋଇ, ଦ୍ରୌପଦୀ ଭୋଇ, ଶିବାନୀ ମଲ୍ଲିକ, ଜ୍ୟୋସ୍ନା ଝାଙ୍କର ତଥା ଅବିନାଶ ଭୋଇ ଓ ଅଶୋକ ନାୟକ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ମନରଞ୍ଜନ ପରିଡ଼ା ପରିଚାଳନା କରିଥିବାବେଳେ ଶିକ୍ଷକ ଦେବେଶ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।