-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
05-Sep-2026
କୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର): ପବିତ୍ର ଗୁରୁଦିବସରେ ଆଜି ଗୁରୁମାନଙ୍କ ପକ୍ଷରୁ ଆଜି ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ଏବଂ ସେବା ଫାଇଣ୍ଡେସନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ଭାବେ ଗୋଷ୍ଠୀ ଶିକ୍ଷାଧୁକାରୀ ଗଣେଶ କିସାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥୁ ଭାବେ ଏବିଇଓ ଗଞ୍ଜରୁ ମିର୍ଜା, ବ୍ଲକ ସାମ୍ବାଦିକ ସଂଘ ସଭାପତି ଅରବିନ୍ଦ ମିଶ୍ର, କୋସଲ ସାମ୍ବାଦିକ ସଂଘ ସମ୍ପାଦକ ତଥା
ସମାଜ ପ୍ରତିନିଧୂ ରତ୍ନାକର ସେଠ, ସେବା ଫାଉଣ୍ଡେସର ପ୍ରତିଷ୍ଠାତା ବିଲୁଦ ବିଶ୍ଵାଳ, ସଂଯୋଜିକା ନୀତା ପଟେଲ ଯୋଗ ଦେଇ ରକ୍ତଦାନର ମହତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଗୋପାଳ ଭୋଇ ସଭାପତିତ୍ୱ କରିଥିବା ବେଳେ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରବିନ୍ଦ୍ର କୁମ୍ଭାର ସଭା ସଂଯୋଜନା କରିଥିଲେ । ଦିଲିପ ପଧାନ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବୁର୍ଲା ଭୀମସା ରକ୍ତ ଭଣ୍ଡାରର ଡାନ୍ତର ନଭେଜ୍ୟାତି ସିଂହ, ମଂଟୁ ପ୍ରଧାନ, କରୁଣାକର ସାହୁ, ରଜତ ପୁଟା, ପଏନୁ ଭୋଇ, ଜନକାର ବେହରା, ସଞ୍ଜିବ ବେରା ରକ୍ତ ସଂଗ୍ରହ କରିଥିଲେ । ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମେଘନାଦ ପଧାନ, ଶିଶୁପାଳ ଖମାରୀ, ସିଆରସିସି ରମେଶ ଭୋଇ, ସୁରେଶ ପୁଜାରୀ, ସୁରେଶ ନାୟକ, ଶିକ୍ଷକ କରମଚନ୍ଦ୍ର ବାରିକଙ୍କ ସମେତ ଅଚ୍ୟୁତାନନ୍ଦ ସାହୁ, ସମୀର ପଧାନ, ନୀଳକଣ୍ଠ ନାଏକ, କଲ୍ୟାଣୀ ସେଠ, ପୁଷ୍ପାଞ୍ଜଳୀ ସାହୁ, ଯଶୋବନ୍ଦୀ ସେଠ ଓ ସେବା ଫାଇଣ୍ଡେସର ସଦସ୍ୟମାନେ ପ୍ରମୁଖ ଶିବିର ପରିଚାଳନାରେ ସହ ଯୋଗ କରିଥିଲେ । ଶିକ୍ଷକ ସଂଘ ପକ୍ଷରୁ ଉକ୍ତ ଶିବିର ବ୍ଲକରେ ପ୍ରଥମ ଥର ହୋଇଥିବାରୁ ଶିକ୍ଷକ ମହଲରେ ଉତ୍ସାହ ଦେଖା ଦେଇଥିଲା ।