-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
05-Sep-2026
ବଲାଙ୍ଗିର- ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ବଲାଙ୍ଗିର ସହର ସ୍ଥିତ ମିଶନ କମ୍ପାଉଣ୍ଡ ର “ଦି ଲାଇଫ କନଫରେନ୍ସ ହଲ” ଠାରେ ଜିଲ୍ଲା ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତା ରେ, ସହ-ସଂପାଦିକା ଅନୁପମା ପ୍ରହରାଜଙ୍କ ଆବାହନ କ୍ରମେ ଜିଲ୍ଲା ମହିଳା ମଣ୍ଡଳ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ପଟେଲ ଓ ସମ୍ପାଦିକା କୁମୁଦିନୀ ମେହେର, ବିଦୁସ୍ମିତା ଦାସ, ହରେକୃଷ୍ଣ ମାଝି ପ୍ରମୁଖ ବ୍ୟକ୍ତି ଗୁରୁ ଦିବସ ର ସଭା କାର୍ଯ୍ୟକୁ ସଫଳ କରିଥିଲେ । ମୁଖ୍ୟ ଅତିଥି ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ବଲାଙ୍ଗିର, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା, ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ହରେକୃଷ୍ଣ ତ୍ରିପାଠି, ରାଜ୍ୟ ଫେଡେରେସନ ସମ୍ପାଦକ ସନ୍ତୋଷ କୁମାର ସାହୁ, ବଉଦ ଜିଲ୍ଲା ସଭାପତି ଲୋକନାଥ ପାଢୀ, ରାଜ୍ୟ ଫେଡରେସନ ପରାମଶଦାତା ଦିଲ୍ଲୀପ ବୈଦାର, ବଲାଙ୍ଗିର ଜିଲ୍ଲା କାର୍ଯ୍ୟକାରି ସଭାପତି ତୁଷାର କର୍ମୀ ଓ କମିଟିର ଅଧ୍ୟକ୍ଷ ଆଚାର୍ଯ୍ୟ ସୁଚିତ୍ର ସୁନା ମଂଚ ରେ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ଶିକ୍ଷକ କୁଳମଣି ବକୁଳ, ବସନ୍ତ ବୁଡେକ ଓ କୈଳାସ କର୍ତ୍ତି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲେ । ଆଲୋଚନାଚକ୍ରରେ ଦୁର୍ଯ୍ୟୋଧନ ପଶାୟତ, ମନ ମୋହନ ଲିମ୍ମା ମଂଚ ପରିଚାଳନା କରିଥିଲେ । ଶିକ୍ଷା ଏକ ମହତ ବ୍ରତ ଏହା ଏକ ସାଧାରଣ ବୃତ୍ତି ନୁହେଁ । ଶିକ୍ଷା ବିଭାଗ, ଛାତ୍ର, ଅଭିଭାବକ, ଅନୁଷ୍ଠାନ ର ଉନ୍ନତି ଶିକ୍ଷକ ସମ୍ବିଧାନ ର ମୂଳ ସୁତ୍ର, ତାର ପରେ ଯାଇ ଶିକ୍ଷକ ସ୍ୱାର୍ଥ ବିଚାର କରାଯାଏ । ଶେଷରେ ସଭାନେତ୍ରୀ ଶ୍ରୀମତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।