-+91-9937148622 |
prerana_bgr@rediffmail.com |
Thursday 22nd October 2026 |
R.N.I. Regd No. ODIODI/2010/46693
Breaking News
05-Sep-2026
ଡୁଙ୍ଗୁରିପାଲି, ତା ୫/୯(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ଡ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜନ୍ମଦିନ ଅବସରରେ ଗୁରୁଦିବସ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଭାରତୀୟ ସଂସ୍କୃତିରେ ଗୁରୁଶିଷ୍ୟ ପରମ୍ପରା ନିଆରା ବୋଲି ମତ ପ୍ରକାଶ କରିଥିଲେ। ଶିକ୍ଷକ ନନ୍ଦିଘୋଷ ବାରିକ, ସମ୍ପଦ ଖମାରୀ, ରାଜୁ ମେହେର, ଚିନ୍ମୟ କୁମାର ଦାସ, ସଞ୍ଜୀବ କୁମାର ପୂଜାରୀ, ଲିପି ପ୍ରଧାନ ମଞ୍ଚାସିନ ହୋଇ ଗୁରୁଦିବସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଦଶମ ଶ୍ରେଣୀର ଛାତ୍ରୀ ପ୍ରୀତି ପ୍ରଧାନ ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ଶ୍ରିମୟୀ ଓ ସାଥୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଶିକ୍ଷକ କିରଣ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଛାତ୍ରୀ, ମନୀଷା ଓ ସାଥୀ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ।
ପରେ ପରେ ନାଟ୍ୟକାର ଶ୍ୟାମା ଓଁ ପ୍ରସାଦ ମିଶ୍ରଙ୍କ ଦ୍ୱାରା ଲିଖିତ ତଥା ମହାରାଜା ଶୁଭମ୍ ଘିବିଲା ଦ୍ୱାରା ନିର୍ଦ୍ଦେଶିତ ଓ ଛାତ୍ରୀ ଡଲି, ମନୀଷା, ନିବେଦିତା, ଜସ୍ମିନ୍, ଜୁବିଲି, ରୋଜି, ଝରଣା, ସ୍ନେହାଞ୍ଜଳି, ମାନସୀ , ରିୟା , ରୁକୁଣି, ପ୍ରତୀକ୍ଷା,ପ୍ରଭାସିନୀ ଦ୍ୱାରା ଅଭିନୀତ ନାଟକ "ତସ୍ମ୍ୟେ ଶ୍ରୀ ଗୁରବେ ନମଃ" ମଞ୍ଚସ୍ଥ ହୋଇଥିଲା। ଏହି ଅବସରରେ ମୟବର୍ହା ଉପ୍ରା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଭକ୍ତ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିବା ସହ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସର୍ବପ୍ରଥମେ ଛାତ୍ରୀମାନେ ଗୁରୁମାନଙ୍କ ପଦଧୌତ କରି ଫୁଲମାଳ ଓ ଉପଢୌକନ ଦେଇ ଗୁରୁପୁଜନ କରିଥିଲେ । କର୍ମଚାରୀ ବିଭୀଷଣ ଖମାରୀ, ମିନିକେତନ ଦାସ , ସୁରଜ୍ ଖମାରୀ, ସମୀର କଠ।ର ,ସୂର୍ଜକାନ୍ତି କାଣ୍ଡ, ଶୋଭାଗିନୀ ସାହୁ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।