-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ବଲାଙ୍ଗିର,(ପ୍ରେରଣା ଖବର)ଆଜିର ତୃତୀୟ ଦିବସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟି ଅତି ଚିତ୍ତାକର୍ଷକ ହୋଇଥିଲା । ରବିବାର ଛୁଟି ଦିନ ଥିବାରୁ ଦର୍ଶକମାନଙ୍କ ବିଶେଷ ଭିଡ ଦେଖିବାକୁ ମିଳିଥିଲା । ଆଜିର ମୁଖ୍ୟ ଅତିଥି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲର ହସ୍ପିଟାଲ ମ୍ୟାନେଜର ଡ. ସୁଦୀପ ଦତ୍ତ ଓ ପ୍ରତ୍ୟୁଷ ପଟ୍ଟନାୟକ ତଥା ୭ନଂ ୱାର୍ଡର କାଉନସିଲର ପ୍ରାର୍ଥିନୀ ସବିତା ଶତପଥି, କିଶୋର ଦଣ୍ଡସେନା ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । କମିଟିର ସଭାପତି ଥବିର ସେଲମା, ସଂପାଦକ କୁଳଦିପ ବେହେରା, କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ମେହେର ସମସ୍ତ ଖେଳାଳିମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିବା ରାଜିବ ବାଗ, ଗାନ୍ଧୀ ସାହୁ, ପ୍ରଶାନ୍ତ ସେଠ, ସଞ୍ଜିବ ସାହୁ, ଶୁଶାନ୍ତ ପ୍ରଧାନ, ବୁଲୁ ବଘାର, ଅମିତ ଖଟୁଆ, ଅଭିନାଶ ବେହେରା, ଅଭିଜିତ ସିଂଦେଓ, ଅଭିଶେକ ସିଂଦେଓ, ସିଦ୍ଧାନ୍ତ ସେଠ, ସୁଧିର ମହାରଣା ଓ ସମୀର ମହାନନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଶେଷରେ କ୍ରିକେଟ କମିଟିର ଉପଦେଷ୍ଟା ଶିବ ପ୍ରସାଦ ଦତ୍ତ ସମସ୍ତ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।