-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ବଲାଙ୍ଗିର(ପ୍ରେରଣା ଖବର) ଖଦ୍ୟୋତ ଅନୁଷ୍ଠାନ ତରଫରୁ ଅଂଶୁଘାତ ଉପରେ ଏକ ଆଲୋଚନା ଚକ୍ର ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଉପସଭାପତି ରବିଚନ୍ଦ୍ର ପଶାୟତ ଆଗାମୀ ଗ୍ରୀଷ୍ମ ଋତୁ ରେ ତାପମାନ ବୃଦ୍ଧି ପାରା ଆମକୁ ସଚେତନ ରହିବାକୁ ପଡିବ ଏବଂ ବିନା କାରଣରେ ଘରୁ ନ ବାହାରିବା ପାଇଁ ବାର୍ତ୍ତା ଦେଇଥିଲେ । ସଂପାଦକ ଆକୁଳ ବେହେରା ମୁଣ୍ଡରେ ଟୋପି ଓ ଛତା, ଚଶମା ଓ ସାଥିରେ ପାଣି ବୋତଲ ନେଇ ଘରୁ ବାହାରିବା ପାଇଁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବିଡିଓ ପଂଚାନନ ସେଠ, ପରିବେଶବିଦ୍ ନୀଳମଣି ବିଶ୍ୱାଲ, ଧରଣିଧର ଷାଣ୍ଢ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ସହ ସହ-ସଂପାଦକ ରାଜେଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।