-+91-9937148622 |

prerana_bgr@rediffmail.com |

  Monday 7th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||      ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   (06-Sep-2026)       ||      ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   (06-Sep-2026)       ||      ସାମ୍ବାଦିକଙ୍କ ମାତୃ ବିୟୋଗ   (06-Sep-2026)       ||      ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   (06-Sep-2026)       ||      ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା    (06-Sep-2026)       ||      ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   (06-Sep-2026)       ||      ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   (06-Sep-2026)       ||      ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   (06-Sep-2026)       ||      ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   (06-Sep-2026)       ||      ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   (06-Sep-2026)       ||      ଗୁରୁ ଦିବସରେ ଗୁରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ   (06-Sep-2026)       ||      ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   (06-Sep-2026)       ||      ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   (06-Sep-2026)       ||      ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   (06-Sep-2026)       ||     

HOME   ରାଜ୍ୟ

ବଡ ମାମଲା : ଛୋଟ ଓକିଲ । ଜଣେମାତ୍ର ଅଭିଯୁକ୍ତ : ସାତହଜାର ଚାର୍ଜସିଟ୍ ! ଫୁଲ୍ ବଡା ଔର୍ ଭମରା ଛୋଟା ! ସିନେମା ହେଲାଣି !

10-Mar-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ):  ପାଟଣାଗଡ ପାର୍ସଲ୍ ବୋମାକାଣ୍ଡକୁ ଚାରିବର୍ଷ ପୁରିଗଲା । ଚାରିବର୍ଷପରେ ଯାଇ ଦାଖଲ ହେଲା ଚାରଜସିଟ୍ । କ୍ରାଇମବ୍ରାଞ୍ଚର କାଢୁଆ ସାହେବ ପ୍ରସ୍ତୁତ କରିଛନ୍ତି କୁଆଡେ ପ୍ରାୟ ୭ ହଜାର ଅଭିଯୋଗଫର୍ଦ୍ଦର ବିଡା  !  ଯାହାକୁ ପଢିବାକୁ ଡିଫେନ୍ସ ଓକିଲଙ୍କର ବି ଅକଲ ଗୁଡୁମ୍  !

ହଁ , ଆମେ କହୁଛୁ , ଗତ ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ ବ୍ଲକ୍ ଛକର ଅଧ୍ୟାପିକ ରବୀନ୍ଦ୍ର ସାହୁଙ୍କ ଘରେ ତାଙ୍କ ପୁଅବାହାଘର ପରେ ପରେ ଘଟିଥିବା ସାରା ରାଜ୍ୟରେ ଚାଞ୍ଚଲ୍ଯ ଖେଳାଇ ଦେଇଥିବା ପାର୍ସଲ୍ ବୋମା ବିସ୍ଫୋରଣର ଅମାନବୀୟ ଅପରାଧର ଘଟଣା । ଯୋଉଥିରେ ତାଙ୍କର ନବବିବାହିତ ପୁତ୍ର ସୌମ୍ଯ ଶେଖର ଓ ତାଙ୍କ ଜେଜେମାଆ ଜେମାମଣିଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟିବା ସହିତ ନବବଧୂ ରୀମା ଗୁରୁତର ଆହତ ହୋଇ ସୌଭାଗ୍ଯବଶତଃ ଦୀର୍ଘଦିନର ଚିକିତ୍ସାପରେ ବର୍ତ୍ତିଯାଇଛନ୍ତି । ତଥାପି ସେ ମାତ୍ର ପାଞ୍ଚଦିନର ଦାମ୍ପତ୍ୟରେ ମଧ୍ୟ ସ୍ବାର୍ଥପର ନ ହୋଇ ବାପଘରକୁ ପଳାଇ ନଯାଇ ପୁତ୍ରହରା ଶାଶୁଶଶୁରଙ୍କ ପାଖରେ ରହୁଛନ୍ତି । ଗତକାଲି ଥିଲା ମାସେକାଳ ସ୍ଥାନୀୟ ପୁଲିସ୍ ଓ ଦୀର୍ଘ ଚାରିବର୍ଷପରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଫାଇନାଲ ଚାର୍ଜସିଟ୍ ଦାଖଲର ଦିନ । ଏହିଦିନ ସ୍ଥାନୀୟ ପାଟଣାଗଡ ଉପକାରାଗାରରେ ନାନାଦି ଉତ୍ପାତ ଅଭିଯୋଗରେ ସ୍ଥାନାନ୍ତରିତ ଜିଲ୍ଲାକାରାଗାରରେ ବିଚାରବିଭାଗୀୟ ହାଜତରେ ଥିବା 'ଖୋଳ୍ ପର୍ବତ , ମାର୍ ମୂଷା 'ତଦନ୍ତ ପରେ ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କୁ ଆଣି ପାଟଣାଗଡ ଏଡିଜେଙ୍କ କୋର୍ଟରେ ହାଜର କରାଯାଇଥିଲା । 

ନିହାତି ଏହାକୁ ବଡ ମାମଲା କୁହାଯିବ । ସମଗ୍ର ଦେଶରେ ଚାଞ୍ଚଲ୍ଯ ଖେଳାଇଦେଇଥିବା ଏହି ସୁନିୟୋଜିତ ଷଡଯନ୍ତ୍ରର ଡବଲହତ୍ୟାକାଣ୍ଡର ବର୍ଷାଧିକକାଳଧରି ମିଡିଆଟ୍ରାଏଲ୍ ମଧ୍ୟ ଚାଲିଥିଲା , ଯାହା ଅଦ୍ୟାପି ଥମିନାହିଁ ।  ଫିଲ୍ମ ମଧ୍ୟ ହେଇଛି !  ଅନୁଗୋଳ ' ପରୀ ' କାଣ୍ଡ ଫେମ୍ ବିଚକ୍ଷଣ କ୍ରାଇମବ୍ରାଞ୍ଚ ଡିଆଇ ଜି ଅରୁଣ ବୋଥ୍ରାଙ୍କର ଇଏ ଏକ ସାଇଣ୍ଟିଫିକ୍ ରିପୋର୍ଟ ଉପରେ ପର୍ଯ୍ୟବେଶିତ ସ୍ବତନ୍ତ୍ର ତଦନ୍ତ । ମାତ୍ର କେଇଟାଦିନରେ ସେ ଚଟାପଟ୍ ଗିରଫ କରି ଜେଲ୍ ରେ ଢୁକାଇଦେଇ  ହିରୋ ହେଇଗଲେ । ଭିଡିଓ ଡେମୋନଷ୍ଟ୍ରେସନ , ଫଟୋ ସୁଟ୍ , ରେକର୍ଡିଂ , ଟେବୁଲ୍ ଉପରେ ଚା' ପିଆଇ କାଚପାଣିଗ୍ଲାସ୍ ଥୋଇ ସନ୍ଦିଗ୍ଧ ଅଭିଯୁକ୍ତର ଫିଙ୍ଗର୍ ପ୍ରିଣ୍ଟ୍ ସଂଗ୍ରହର କଳା , ଅଠରବର୍ଷ ତଳର ଅଭିଯୁକ୍ତର ବାହାଘର ପ୍ରସେସନ୍ ରୋଷଣୀର ବଳିପଡିଥିବା ସଂରକ୍ଷିତ ଫୋଟକାବାଣରୁ ବୋମା ରସଦ ସଂଗ୍ରହ , ଲାପଟପ୍ ରେ ୟୁଟ୍ୟୁବ୍ ଦେଖି ଦେଖି ବୋମାତିଆରି କୌଶଳଶିକ୍ଷା ସହ ଘରର ଉପରମହଲାର ଏକାନ୍ତପଢାକୋଠରୀ ଓ କଲେଜପାଖ ବଣରେ ଯାଇ ଟ୍ରାଏଲ୍ ବା ଅନ୍ୟାନ୍ୟ ଅପରାଧର କୌଶଳକୁ ଧରିପାରିବା କଣ କମ୍ କାହାଣୀ  ? 

ସେ ଯା'ହେଉ , ବାର ବାର କୋର୍ଟଆଦେଶ ସତ୍ତ୍ୱେ ଚଳିତ ମାର୍ଚ୍ଚ ୯ ତାରିଖ ଶେଷସୁଦ୍ଧା ତଥାପି ଅଭିଯୁକ୍ତ ପକ୍ଷର ଆବେଦନ ପରେ ବି ପୁଲିସ୍ ତଦନ୍ତର ସେହି ତଥ୍ୟପ୍ରମାଣ ସମ୍ବଳିତ ଅଭିଯୋଗଫର୍ଦ୍ଦ ଅଭିଯୁକ୍ତଙ୍କୁ ନ ମିଳିବାରୁ ସେ ସେସବୁ ଅଭିଯୋଗକୁ ଅସ୍ବୀକାର କରିଥିବା ପ୍ରକାଶ ।

ତେବେ ଆଶ୍ଚର୍ଯ୍ୟର ବିଷୟ ଯେ , ଅଭିଯୁକ୍ତ ପକ୍ଷରୁ ତାଙ୍କର ଡିଫେନ୍ସ ପାଇଁ ତାଙ୍କ ପକ୍ଷରୁ ସେପରି କେହି ବଡଓକିଲଙ୍କୁ ନିୟୋଜିତ ନ କରିବା  !  ଅବଶ୍ୟ ତାଙ୍କ ପାଇଁ ଲଢୁଥିବା ଓକିଲମାନେ ଯେ ଛୋଟ ବା ଗୌଣ , ସେକଥା ଆମେ କି ଲୋକେ କହୁନାହାଁନ୍ତି । ସାଧାରଣତଃ ଏଭଳି ବଡ ବଡ ଅପରାଧ ମାମଲାରେ ଅଭିଯୁକ୍ତପକ୍ଷରୁ ନାମୀଦାମୀ ଓକିଲଙ୍କୁ ନିୟୋଜିତ କରାଯିବା ଦେଖାଯାଉଥିଲେ ହେଁ , ଏ କ୍ଷେତ୍ରରେ ଅଭିଯୁକ୍ତପକ୍ଷରୁ ପ୍ରଚୁର ଟଙ୍କାପଇସା ଖର୍ଚ୍ଚ ନକରି ଅପେକ୍ଷାକୃତ ନୂଆ ଯୁବଓକିଲମାନଙ୍କୁ ନିଯୁକ୍ତ କରାଯାଇଆସିଥିବାରୁ ଲୋକେ ଏପରି ଚର୍ଚ୍ଚା କରୁଛନ୍ତି ।

ତେବେ ଏହି ଅପରାଧର ଦୋଷୀ ଯିଏ ହେଇଥାଉ ନା କାହିଁକି , ତାଙ୍କୁ ଦୃଷ୍ଟ୍ବାନ୍ତମୂଳକ ଦଣ୍ଡବିଧାନ ହେବା ଉଚିତ୍  ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   07-Sep-2026
  ରାଜ୍ୟ  
୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   07-Sep-2026
  ଜିଲ୍ଲା  
କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   07-Sep-2026
  ଜିଲ୍ଲା  
ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ   07-Sep-2026
  ଜିଲ୍ଲା  
୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା   07-Sep-2026
  ଜିଲ୍ଲା  
ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   06-Sep-2026
  ଜିଲ୍ଲା  
ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   06-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   06-Sep-2026
  ଜିଲ୍ଲା  
ସାମ୍ବାଦିକଙ୍କ ମାତୃ ବିୟୋଗ   06-Sep-2026
  ଜିଲ୍ଲା  
ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   06-Sep-2026
  ଜିଲ୍ଲା  
ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା   06-Sep-2026
  ଜିଲ୍ଲା  
ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   06-Sep-2026

You Might Also Like