-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
06-Sep-2026
ଦେଓଗାଁ, (ପ୍ରେରଣା ଖବର) ଗୁଡ଼ଖାପଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଡ଼ଖାପଲା ଗାଁର ବ୍ରାଇଟ୍ ଫ୍ୟୁଚର ଷ୍ଟଡି ସେଣ୍ଟର ଆନୁକୂଲ୍ୟରେ ପ୍ରତିଷ୍ଠାତା ଉତ୍ତମ ସୁନା ଙ୍କ ସଭାପତିତ୍ୱରେ ତୃତୀୟ ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ କରାଯାଇଥିଲା l ଏହି ଉତ୍ସବରେ ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ କୁମ୍ଭାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟକାନ୍ତି ଛତ୍ରିଆ, ଅଭସର ପ୍ରାପ୍ତ ଅବିଓ ଅଜିତ୍ ମିଶ୍ର , ବଡ଼ବାହାଲ ସରପଞ୍ଚ ଜ୍ୟୋସ୍ନାମୟୀ ରଣା, ସୀତାଂଶୁ ମିଶ୍ର ସମିତି ସଭ୍ୟ ବଡ଼ବାହାଲ୍ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ l ଉକ୍ତ ଅନୁଷ୍ଠାନ ତରଫରୁ ଫଳସାପଦର, ମୁଣ୍ଡପଲା , ଅର୍ଜୁନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଆଇଁଲାପାଳି, ଗୁଡ଼ଖାପଲା, ବରାହକନା ତଥା ସ୍ଥାନୀୟ ଶିକ୍ଷକମାନଙ୍କୁ ଗୁରୁଦିବସ ଉପଲକ୍ଷେ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ପରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଛାତ୍ରୀ ତନୁଶ୍ରୀ ପୋଢ଼ , ଆଲିଷା ବଗର୍ତ୍ତୀ , ସ୍ୱାଗତିକା ମିଶ୍ର ଓ ଦୀପ୍ତି ମିର୍ଦ୍ଧା ମଞ୍ଚ ପରିଚାଳନା କରିଥିଲେ l ବିଜୟ ଛତ୍ରିଆ, ସୁରେନ୍ଦ୍ର ପୋଢ଼, ସୁବଳ ମିର୍ବା, ବଶିଷ୍ଠ ଛତ୍ରିଆ,ସାହିଲ ବୁଡେକ୍ , ଜୟ ରଣା,ଆଦିକାନ୍ତ ସା , ସତ୍ୟମ୍ ମନହୀରା,ପୁରନ୍ଦର ବାଗ, ସୁନିଲ ସୁନା,ପିଙ୍କୁ ବିଶ୍ୱାଳ , ସମୀର ସୁନା, ରାହୁଲ ସୁନା, ଯୁଗେଶ୍ୱର ମନହିରା, ଆଲୋକ ସାହୁ, ତରୁଣ ସୁନା, ଭକ୍ତ ବାରିକ, ଶରତ ସୁନା,କିରନ ସାହୁ,ରାଜୀବ ବିଶ୍ୱାଳ, ରୋହିତ ନାଏକ, ଦୁଷ୍ମନ୍ତ ବିଶ୍ୱାଳ,ଚିତ୍ତରଞ୍ଜନ ବିଶ୍ୱାଳ , ସମେତ ସମସ୍ତ ଅଭିଭାବକ ଉପସ୍ଥିତ ରହି ସହଯୋଗ କରିଥିଲେ l