-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
06-Sep-2026
ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ବ୍ଳକ ସାମ୍ବାଦିକ ସଂଘର ବରିଷ୍ଠ ସାମ୍ବାଦିକ କମଳ ମେହେରଙ୍କ ମାତା ଲକ୍ଷ୍ମୀ ମେହେର (୬୫) ଗତକାଲି ରାତିରେ ବୁର୍ଲାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୂନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି । କିଛିଦିନ ହେବ ଜ୍ଵର ହେବାରୁ ଡଙ୍କୁ ଡୁଙ୍ଗୁରିପାଲିରେ ଏବଂ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୁନ ଅବସ୍ଥାରେ ଗତକାଲି ରାତିରେ ଦେହାନ୍ତ ହେବା ପରେ ଆଜି ସକାଳେ ତାଙ୍କର ପାର୍ଥିବ ଶରୀର ସହଲା ଗ୍ରାମରେ ପହଂଚି ଥୁଲା । ଗ୍ରାମ ଏବଂ ପରିବାରରେ ଏକ ଶୋକାକୁଳ ପରିବେସ ସୃଷ୍ଠି ହୋଇଥୁଲା ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ସାହୁ ମେହେର, ପୁଅ ଛବିଳ,କମଳ, ଝିଅ ମୀନାକ୍ଷୀ, କ୍ୱାଇଁ ଭକ୍ତରାମ, ଭାଇ ମହାଜନ ମେହେର, ଘନଶ୍ୟାମ ମେହରେ, ଭାଇବୋହୁ ମାଇତୀ, ବିନୋଦିନୀ, ପୁତୁରା ଶଶୀ,ରାଜେଶ, ସୁରଜ, ଶୀତଳ,ଭଣଜା ମୁକେଶ, ଟୁନା, ଅର୍ଜୁନ, ନାତିନାଚୁଣୀ ରୁଦ୍ର, ଖୁସୁବୁ, ପ୍ରିତୀ, ପ୍ୟାରା, ରେଖା ପ୍ରମୁଖ ଉପସ୍ଥିତ ଥିଲେ ।ଦେହାନ୍ତ ଖବର ପାଇ ଜିଲ୍ଲାପରିଷଦ ସଦସ୍ୟ ମଞ୍ଜୁଲତା ଭୋଇ, କୋଶଲ ସାମ୍ବାଦିକ ସଂଘ ସଭାପତି ବିପ୍ରଚରଣ ସାହୁ, ସମ୍ପାଦକ ରତ୍ନାକର ସେଠ... ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାର୍ଚ୍ଚନା ପ୍ରଦାନ କରିଥିଲେ । ବ୍ଳକ ସାମ୍ବାଦିକ ସଂଘ ସଭାପତି ଅରବିନ୍ଦ ମିଶ୍ର, ସାମ୍ବାଦିକ ତୁଳସୀ ପ୍ରସାଦ ଦାଶ, ଦିନବନ୍ଧୁ ସୁନା, ଶିଶୁପାଳ ଖମାରୀ, ଦେବରାଜ ବେହେରା, ନରେଶ ପଧାନ, ପୂର୍ଖଚନ୍ଦ୍ର ପଣ୍ଡା, ନିମାଇ ଥପା, ସାମାଜିକ କର୍ମୀ ଗୋପାଳ ବାରିକ,ରାଜେଶ ସାହୁ, ଶିକ୍ଷକ ରୁକ୍କଣ ଦିଶ୍ରୀ, ସୁରେଶ ପୁଜାରି, ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ଗାଁ ଶ୍ମଶାନରେ ବଡପୁଅ ଛବିଳ ମୁଖାଗ୍ନି ଦେଇଥିଲେ ।