-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
11-Mar-2022
ବଲାଙ୍ଗିର,(ପ୍ରେରଣା ଖବର)- ଆଦ୍ୟାଶକ୍ତି ନାରୀ ସଂଗଠନର ମହିଳା ଦିବସ ପାଲିତ ହୋଇଯାଇଛି । ଏହି ଅବସରରେ ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ଏଲୋରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀମାନଙ୍କ uଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ମହିଳାମାନଙ୍କ ମଧ୍ୟରେ ପୁଚିଖେଳ, ମ୍ୟୁଜିକ ଚେୟାର ପ୍ରଭୃତି ପ୍ରତିଯୋଗିତା ହୋଇଥିଲା । ସଭା ଆରମ୍ଭରେ ଏକ ସାଧାରଣ କୁଇଜ ପ୍ରତିଯୋଗିତା ହୋଇଥିଲା । କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । କବିତା ମିଶ୍ର ସଭା ପରିଚାଳନା କରିଥିବା ବେଳେ ସମ୍ପାଦିକା ମାଳତୀ ଉଦ୍ଗାତା ପରିଚୟ ପ୍ରଦାନ କରିଥିଲେ । ସଂଘର ତପସ୍ୱିନୀ ପଶାୟତ, ଡା. ସନ୍ଧ୍ୟାରାନୀ ପଣ୍ଡା ତଥା ଅନ୍ୟାନ୍ୟ ସଭ୍ୟା ସହଯୋଗ କରିଥିଲେ । ଶେଷରେ ତପସ୍ମିନୀ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ।