-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
06-Sep-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ଥାନା ଅଧୀନ ଗରଡୁଗୁଡା ଗ୍ରାମର ଜଣେ ନାବାଳିକା ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ନେଇ ଡାବୁଗାଁ ଥାନା ରେ ଏତଲା ହୋଇଛି। ସୂଚନାଯୋଗ୍ୟ ଗରଡୁଗୁଡ଼ା ଗ୍ରାମର ନବମ ଶ୍ରେଣୀର ଛାତ୍ରୀ କନକ ଜାନି (୧୪) କୌଣସି କାରଣ ରୁ ଶନିବାର ଅପରାହ୍ନ ସମୟରେ ନିଜ ଘରେ ଥିବା ପଙ୍ଖା ରେ ଓଢଣୀ ବାନ୍ଧି ଆତ୍ମ ହତ୍ୟା କରିଥିଲେ । ପରିବାର ଲୋକେ ଏହା ଦେଖି ଡାବୁଗାଁ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଡାବୁଗାଁ ପୋଲିସ ପହଞ୍ଚି କନକ ଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରକୁ ଆଣିଥିଲେ । ଡ଼ାକ୍ତର ସେଠାର ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣାକୁ କେନ୍ଦ୍ର କରି ନାବାଳିକା ର ବାପା ଡାବୁଗାଁ ଥାନରେ ଏତଲା ଦେଇଥିଲେ। ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୨୭/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଛନ୍ତି।ପୋଲିସ ର ତଦନ୍ତ ସମୟରେ କିଛି ସରକରି କର୍ମଚାରୀ ଫୋଟୋ ଭିଡ଼ିଓ ଉଠାଉବାକୁ ମନା କରିଥିଲେ ଏବଂ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବାରୁ ସନ୍ଦେହ ବଡୁଛି। ପୋଲିସ ର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣାପଡିବ। ଆଜି ରବିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।