-+91-9937148622 |

prerana_bgr@rediffmail.com |

  Monday 7th September 2026 |

| | | |

R.N.I. Regd No. ODIODI/2010/46693

Breaking News

କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||      ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   (06-Sep-2026)       ||      ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   (06-Sep-2026)       ||      ସାମ୍ବାଦିକଙ୍କ ମାତୃ ବିୟୋଗ   (06-Sep-2026)       ||      ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   (06-Sep-2026)       ||      ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା    (06-Sep-2026)       ||      ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   (06-Sep-2026)       ||      ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   (06-Sep-2026)       ||      ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   (06-Sep-2026)       ||      ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   (06-Sep-2026)       ||      ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   (06-Sep-2026)       ||      ଗୁରୁ ଦିବସରେ ଗୁରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ   (06-Sep-2026)       ||      ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   (06-Sep-2026)       ||      ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   (06-Sep-2026)       ||      ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   (06-Sep-2026)       ||      ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   (06-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||     

HOME   ଜିଲ୍ଲା

ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

07-Sep-2026



ବଲାଙ୍ଗିର(ପ୍ରେରଣା ଖବର):ଗୁରୁ-ଶିଷ୍ୟ ପରମ୍ପରାର ମହନୀୟତା, ଶିକ୍ଷକଙ୍କ ଅବଦାନ ଓ ଶିକ୍ଷାର ମହତ୍ତ୍ୱକୁ ସ୍ମରଣ କରି ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁଦିବସ ଉତ୍ସାହ ଓ ଭାବଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ୮ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ମାନପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ବିଦ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆରମ୍ଭ ଗୁରୁବନ୍ଦନାରୁ ହୋଇଥିଲା।ବିଶିଷ୍ଟ ଗୁରୁ ଡ. ସୁରେଶ ବାରିକ ଓ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା କୀର୍ତ୍ତନ ମାଧ୍ୟମରେ ଗୁରୁମାନଙ୍କ ବନ୍ଦନା ଗାନ କରାଯାଇଥିଲା।  ଭକ୍ତି ଓ ଶ୍ରଦ୍ଧାଭରା ଏହି ଗୁରୁବନ୍ଦନା ପରିବେଶକୁ ଆଧ୍ୟାତ୍ମିକ ଓ ଭାବପୂର୍ଣ୍ଣ କରିଦେଇଥିଲା।ଛାତ୍ରୀମାନେ ଗୁରୁଙ୍କ ପ୍ରତି ନିଜର ସମ୍ମାନ ଓ କୃତଜ୍ଞତାକୁ କୀର୍ତ୍ତନ ମାଧ୍ୟମରେ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନୂତନ ନାୟକ ନିଜର ଅଭିଭାଷଣ ପ୍ରଦାନ କରି ଗୁରୁଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।ସେ କହିଥିଲେ ଯେ,ଶିକ୍ଷକ

କେବଳ ପାଠ ପଢ଼ାଇବାରେ ସୀମିତ ନୁହନ୍ତି; ସେମାନେ ଛାତ୍ରଛାତ୍ରୀଙ୍କୁ ଜୀବନର ସଠିକ୍ ଦିଗ ଦେଖାଇବା ସହ ନୈତିକ ମୂଲ୍ୟବୋଧ,ଶୃଙ୍ଖଳା, ଦାୟିତ୍ୱବୋଧ ଓ ମାନବିକତାର ଶିକ୍ଷା ଦେଇଥାନ୍ତି।ଜଣେ ଭଲ ଶିକ୍ଷକଙ୍କ ମାର୍ଗଦର୍ଶନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଅମୂଲ୍ୟ ଭୂମିକା ଗ୍ରହଣ କରେ ବୋଲି ସେ ମତପ୍ରକାଶ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ ସୋନାକ୍ଷୀ ହରପାଳ,ତପସ୍ୱିନୀ ନାଏକ,ମିତ୍ତଳ ରାଣୀ ଠାକୁର,ମୌସୁମୀ ସରଭଙ୍ଗିଆ,ମାନସୀ ରାଣୀ ଦାଶ,ସୁହାନୀ ସୁନା,ଅଙ୍କିତା ନାଏକ,ଶ୍ରୀୟା ସାହୁ,ଶୁଚିସ୍ମିତା ସାହୁ,ଶର୍ମିଷ୍ଠା ଝାଙ୍କର,ଅଙ୍କିତା ସ୍ୱାଇଁ,ଚହକ ବାନୋ,ସଂସ୍କୃତି ସାହୁ,ଶ୍ରୁତି ଶିଖା କୁମ୍ଭାର,ପ୍ରିୟାଂଶି ପ୍ରିୟଦର୍ଶିନୀ ଦାଶ ପ୍ରମୁଖ ଛାତ୍ରୀ ଙ୍କ ସମେତ ଶିକ୍ଷୟତ୍ରୀ ରଶ୍ମିତା ସାହୁ ଗୁରୁଙ୍କ ଭୂମିକା ଓ ଗୁରୁ-ଶିଷ୍ୟ ସମ୍ପର୍କର ମହତ୍ତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।ଛାତ୍ରୀମାନେ କହିଥିଲେ ଯେ,ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ମନରେ ଜ୍ଞାନର ଆଲୋକ ଜାଳିବା ସହ ସେମାନଙ୍କୁ ଜଣେ ଭଲ ମଣିଷ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳନ୍ତି।ଶିକ୍ଷକଙ୍କ ଶିକ୍ଷା ଓ ଆଦର୍ଶ ଛାତ୍ରୀମାନଙ୍କ ଜୀବନରେ ସାରାଜୀବନ ପ୍ରେରଣାର ଉତ୍ସ ହୋଇ ରହିଥାଏ ବୋଲି ସେମାନେ ମତ ଦେଇଥିଲେ।ବିଦ୍ୟାଳୟରେ ଦୀର୍ଘବର୍ଷ ଧରି ଶିକ୍ଷାଦାନ କରି ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ିବାରେ ଅବଦାନ

ରଖିଥିବା ଅବସରପ୍ରାପ୍ତ  ଶିକ୍ଷକ ସତ୍ୟନାରାୟଣ ରଥ,ଶିକ୍ଷୟତ୍ରୀ ସୁଷମା ଉଦ୍ଗାତା,ଶକୁନ୍ତଳା ପଟେଲ,ଜ୍ୟୋସ୍ନା ମୟୀ ମିଶ୍ର,ରିତାଞ୍ଜଳୀ ମିଶ୍ର,ସୁପ୍ରଭା ମିଶ୍ର,ରଶ୍ମିଧାରା ସାହୁ,ଶୋଭନା ଚାନ୍ଦ ପ୍ରମୁଖ ଙ୍କୁ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା।ଦୀର୍ଘ ଶିକ୍ଷକତା ଜୀବନର ସ୍ମୃତିକୁ ମନେ ପକାଇ ଅବସରପ୍ରାପ୍ତ ଶିକ୍ଷକମାନେ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଥିଲେ।ସମ୍ବର୍ଦ୍ଧିତ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ଅଭିଜ୍ଞତା ବାଣ୍ଟିବା ସହ ବିଦ୍ୟାଳୟର ବର୍ତ୍ତମାନର ଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ।ସେମାନେ ଛାତ୍ରୀମାନଙ୍କୁ ନିଷ୍ଠା,ଶୃଙ୍ଖଳା ଓ କଠିନ ପରିଶ୍ରମ ସହ ଅଧ୍ୟୟନ କରି ନିଜ ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   07-Sep-2026
  ଜିଲ୍ଲା  
ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ   07-Sep-2026
  ଜିଲ୍ଲା  
୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା   07-Sep-2026
  ଜିଲ୍ଲା  
ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   06-Sep-2026
  ଜିଲ୍ଲା  
ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   06-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   06-Sep-2026
  ଜିଲ୍ଲା  
ସାମ୍ବାଦିକଙ୍କ ମାତୃ ବିୟୋଗ   06-Sep-2026
  ଜିଲ୍ଲା  
ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   06-Sep-2026
  ଜିଲ୍ଲା  
ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା   06-Sep-2026
  ଜିଲ୍ଲା  
ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   06-Sep-2026
  ଜିଲ୍ଲା  
ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   06-Sep-2026
  ଜିଲ୍ଲା  
ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   06-Sep-2026

You Might Also Like