-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
06-Sep-2026
ବଲାଙ୍ଗୀର:ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମିକୁ ନେଇ ବଲାଙ୍ଗୀର ରେ ଉଠିଥିବା ପ୍ରଶ୍ନ ଏବେ କେବଳ ଜମିରେ ସୀମିତ ନାହିଁ।ପ୍ରଶ୍ନ ଉଠୁଛି,ଏହି ଜମିର ମୂଳ ସ୍ଥିତି କ’ଣ ? କେଉଁ ଉଦ୍ଦେଶ୍ୟରେ ଜମି ଦିଆଯାଇଥିଲା?ବର୍ତ୍ତମାନ ଏହାର ବ୍ୟବହାର ମୂଳ ଉଦ୍ଦେଶ୍ୟ ସହ ସମନ୍ୱିତ କି?ଏବଂ ସବୁଠାରୁ ବଡ଼ ପ୍ରଶ୍ନ,ଏହି ସମଗ୍ର ପ୍ରସଙ୍ଗରେ ସରକାରୀ ଦଲିଲ କ’ଣ କହୁଛି?
ପ୍ରସଙ୍ଗଟି ଆହୁରି ଗୁରୁତ୍ୱ ପାଇଛି,କାରଣ ବଲାଙ୍ଗୀରର ତିନିଜଣ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱ ଏହାକୁ ନେଇ ନିଜ ନିଜ ମତ ରଖିଛନ୍ତି।
ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ମତାନୁସାରେ,ପୂର୍ବତନ ସରକାରଙ୍କ କୌଣସି ନିଷ୍ପତ୍ତିରେ ତ୍ରୁଟି ଥିଲେ ତାହାର ସୁଧାର ହେବା ଆବଶ୍ୟକ।ଆବଶ୍ୟକତା ଅନୁଯାୟୀ ଆଇନଗତ ପଦକ୍ଷେପ ନେବା ଓ ଅନିୟମିତ ନିର୍ମାଣ ଥିଲେ ତାହାର ସମୀକ୍ଷା କରାଯିବା ନେଇ ମଧ୍ୟ ମତ ସାମ୍ନାକୁ ଆସିଛି।
ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ମତ ମଧ୍ୟ ପ୍ରସଙ୍ଗକୁ ନୂଆ ଦିଗ ଦେଇଛି।ଯଦି ଜମି ନିୟମବିରୋଧୀ ଭାବେ ନିଆଯାଇଥାଏ, ତେବେ ତାହା ଫେରାଇ ଦିଆଯିବା ଉଚିତ ବୋଲି ତାଙ୍କ ମତକୁ ନେଇ ଆଲୋଚନା ଚାଲିଛି।
ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜମିର ଐତିହାସିକ ବ୍ୟବହାର ଉପରେ ଆଲୋକପାତ କରିଛନ୍ତି।ତାଙ୍କ ମତାନୁସାରେ,ଜମିର ଏକ ଅଂଶ ପୂର୍ବରୁ ଖେଳକୁଦ ପାଇଁ ବ୍ୟବହୃତ ହେଉଥିଲା।
ତେବେ ଏଠାରେ ଉଠୁଛି ଆଉ ଏକ ବଡ଼ ପ୍ରଶ୍ନ,ଯଦି ଜମିର ଇତିହାସ ଏତେ ଗୁରୁତ୍ୱପୂର୍ଣ୍ଣ,ତେବେ ସମ୍ପୂର୍ଣ୍ଣ ରେକର୍ଡ ସାର୍ବଜନୀନ ହେଉନାହିଁ କାହିଁକି?
ଜମିର ଖାତା, ପ୍ଲଟ୍, ରେକର୍ଡ ଅଫ୍ ରାଇଟ୍ସ,ହସ୍ତାନ୍ତରର ଆଧାର, ବ୍ୟବହାରର ଉଦ୍ଦେଶ୍ୟ ଏବଂ ପରବର୍ତ୍ତୀ ନିଷ୍ପତ୍ତି,ଏସବୁ ତଥ୍ୟ ସାମ୍ନାକୁ ଆସିଲେ ହିଁ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ।କେବଳ ରାଜନୈତିକ ବୟାନ ନୁହେଁ,ଦଲିଲ ଆଧାରିତ ତଦନ୍ତ ହିଁ ଏହି ପ୍ରସଙ୍ଗରେ ଆବଶ୍ୟକ।