-+91-9937148622 |
prerana_bgr@rediffmail.com |
Monday 7th September 2026 |
R.N.I. Regd No. ODIODI/2010/46693
Breaking News
07-Sep-2026
ବଲାଙ୍ଗୀର(ପ୍ରେରଣା ଖବର): ରବିବାର ବଲାଙ୍ଗୀର ଜିଲ୍ଲା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ଆଜି ଏକ ସମ୍ବର୍ଦ୍ଧନା ସଭା ଲର୍କିପାଲିସ୍ଥିତ ଆର୍ ଆର୍ କଲୋନୀ ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା। ସମାଜର ଦଶମ ଓ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଶତକଡ଼ା ୯୦ ଭାଗରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା ୨୨ ଜଣ ଛାତ୍ରଛାତ୍ରୀ ଓ ଭୂଗୋଳ ବିଷୟରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ସମ୍ବଲପୁରରୁ ଟପ୍ପର
ପ୍ରେମ କୁମାର ରାଉତକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭାଲେର, କୁଶଙ୍ଗ, ଭଇଁଷା ଓ ବଲାଙ୍ଗୀର
ମଣ୍ଡଳରୁ ବୁଦ୍ଧିଜ୍ଞାନ, ରଚନା ଓ ବକ୍ତୃତା ପ୍ରତିଯୋଗିତାର ୧୦୨ ଜଣ ପରୀକ୍ଷାର୍ଥୀ ଜିଲ୍ଲାସ୍ତରକୁ ଚୟନ ହୋଇ ଆଜି ପରୀକ୍ଷା ଦେଇଥିଲେ। ଉକ୍ତ ପରୀକ୍ଷାରେ ତୃତୀୟଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଦିଆଯିବା ସଙ୍ଗେ ବିଭିନ୍ନ ବିଭାଗରେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୨୬ ଜଣଙ୍କୁ ମାନପତ୍ର, ଉତ୍ତରୀୟ, ସ୍ମାରକୀ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଆଲୋକ କୁମାର ପଟେଲ ଉପ ଜିଲ୍ଲାପାଳ ବଲାଙ୍ଗୀର, ସମ୍ମାନିତ ଅତିଥି ଭାବେ ଦିଲୀପ କୁମାର ଯୋଶୀ ବଲାଙ୍ଗୀର ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲେ। ସଭାରେ ସଭାପତିତ୍ବ କରିଥିଲେ ବଲାଙ୍ଗୀର ଆଞ୍ଚଳିକ କମିଟିର ସଭାପତି ଶୁଭ୍ରାଂଶୁ ଶେଖର ପଟେଲ , ଅବସରପ୍ରାପ୍ତ ବିଇଓ ତଥା ଅଘରିଆ ସମାଜ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ନୀଳମଣି ପଟେଲ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ଵନ୍ଧରେ
ଆଲୋକପାତ କରିଥିଲେ। ସମାଜର ଶିକ୍ଷା କମିଟି ମୁଖ୍ୟ ରଶ୍ମିରଞ୍ଜନ ସାଏ ମଞ୍ଚାସୀନ ଥିଲେ। ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ କେନ୍ଦ୍ର କମିଟି, ଉପଦେଷ୍ଟା ମଣ୍ଡଳୀ, ଚାରି ମଣ୍ଡଳ ସଭାପତି ଓ କର୍ମକର୍ତ୍ତା, ଅଠର ଗୁଡ଼ି ସଭାପତି ଓ କର୍ମକର୍ତ୍ତା, ମହିଳାମଞ୍ଚ, ଯୁବାମଞ୍ଚ, କୃଷକମଞ୍ଚ ,ନିର୍ମାଣ କମିଟି, ପୁସ୍ତକ କମିଟି ପ୍ରମୁଖ ଯୋଗଦେଇ ସଭାକୁ ସାଫଲ୍ୟ କରିଥିଲେ। ଶିକ୍ଷା କମିଟି ସମ୍ପାଦକ ସୁମନ୍ତ ନାଏକ, ଯୁବାମଞ୍ଚ ସଭାପତି ପ୍ରମୋଦ କୁମାର ପଟେଲ, ଅଫିସ ସମ୍ପାଦକ ସୁରଥ ନାଏକ, ପୁସ୍ତକ କମିଟି ମୁଖ୍ୟ ସନ୍ତୋଷ କୁମାର ରାଉତ ଓ ଭକ୍ତଚରଣ ନାଏକ, ଭକ୍ତରାମ ପଟେଲ, ସୁରେନ୍ଦ୍ର ନାଏକ, ମୁକୁନ୍ଦ ପଟେଲ, ଆନନ୍ଦ କୁମାର ପଟେଲ, ସୁବ୍ରତ ନାଏକ, କନ୍ଧପାଲି ଓ ଖୁଣ୍ଟପାଲି ଗ୍ରାମ୍ୟ କମିଟି ସହଯୋଗ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଆଞ୍ଚଳିକ କମିଟିର ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ ପରିଚାଳନା କରିଥିଲେ। ଶେଷରେ ଉପ ସଭାପତି ଲିଲି ପଟେଲ ଧନ୍ୟବାଦ ପ୍ରଦାନ କରିଥିଲେ