-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
06-Sep-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଚରଦା କପିଳେଶ୍ଵର ମନ୍ଦିର ମୁକ୍ତି ମଣ୍ଡପ ଠାରେ ମା ଚରଦେଇ ଓ ବାବା କପିଳେଶ୍ଵର ମହାଦେବଙ୍କ ଠାରେ ନବାର୍ଣ୍ଣ ଲାଗି ଶୁଭଲଗ୍ନ ଧାର୍ଯ୍ୟ କରଯାଇଛି l ଟ୍ରଷ୍ଟ ବୋର୍ଡ ପକ୍ଷରୁ ସଭାପତି ଅଶୋକ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ରବିବାର ଆୟୋଜିତ ବୈଠକରେ ବିନିକା କପିଳେଶ୍ଵର ପୁରୋହିତ ସଂଘ ଯୋଗଦେଇ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରିଥିଲେ l ଚଳିତ ମାସ ସେପ୍ଟେମ୍ବର ୧୫ ତାରିଖ ମଙ୍ଗଳବାର ଦିବା ଘ ୯.୪୧ ମିନିତ ଗତେ,ଘ ୧୦.୧୧ ମିନିଟ ମଧ୍ୟେ ସମସ୍ତ ଶୁଭଯୋଗେ ଅମୃତ ବେଲାରେ କପିଳେଶ୍ଵର ମହାପ୍ରଭୁ ଓ ଚରଦେଇ ଦେବୀଙ୍କ ସମେତ ଗ୍ରାମର ପୀଠ ଦେବା ଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରାଯିବ l ପରେ ପରେ ଜନସାଧାରଣ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ କରଯାଇଥିଲା l ଏଥିରେ କପିଳେଶ୍ଵର ପୁରୋହିତ ସଂଘର ସଭାପତି ଭାସ୍କର ପୁରୋହିତ,ରମେଶ ପୁରୋହିତ,ସୁବାସ ବଡ଼ପଣ୍ଡା, ପ୍ରେମରାଜ ପତି,ପ୍ରକାଶ ପୂଝାରୀ,ଯୋଗିନ୍ଦ୍ର ହୋତା ଏବଂ ଟ୍ରଷ୍ଟି ସଦସ୍ୟଙ୍କ ସମେତ ମନ୍ଦିର ସେବାୟତ ଉପସ୍ଥିତ ଥିଲେ l