-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Jan-2022
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) : ଦେଶର ରକ୍ଷା କରିବାକୁ ଜବାନ ହୋଇଥିଲେ। ହେଲେ ନିଜ ବିବାହ କ୍ଷେତ୍ରରେ ବାଧା ପହଞ୍ଚାଉଥିବାରୁ ଜଣେ ଯୁବତୀଙ୍କୁ ରାସ୍ତାରୁ ହଟାଇଦେଲେ ଜବାନ । ଏବେ ଜବାନ ଜଣକ ସିନ୍ଧେକେଲା ପୋଲିସ ହାବୁଡରେ। ସିନ୍ଧେକେଲା ପୋଲିସ ଜବାନ କୁ କୋର୍ଟ ଚାଲାଣ କରିଛି । ଜବାନ ଜଣକଙ୍କ ନାମ ସନ୍ତୋଷ କୁମାର ସାହୁ ଓ ସେ ବ୍ରହ୍ମପୁର ର ବୋଲି ପୁଲିସ ସୁତ୍ରରୁ ସୁଚନା ମିଳିଛି। ଗତ ଡିସେମ୍ବର ମାସରେ ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ପ୍ରାଥମିକ ବିଦ୍ୟାଳୟରୁ ଏକ ଗଳିତ ଶବ ଉଦ୍ଧାର କରିଥିଲା ପୁଲିସ। ସେହି ମାମଲାରେ ପୁଲିସ ଯବାନ ଜଣକୁ ଗିରଫ କରିଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିଛି ।
ପୁଲିସ ସୁତ୍ରରୁ ପ୍ରକାଶ ଯେ ଗତ ଡିସେମ୍ବର ୯ ତାରିଖ ଗୁରୁବାର ଜଣେ ଅଜଣା ଯୁବତୀଙ୍କ ଗଳିତ ଶବ ଠାବ କରାଯାଇଥିଲା। ଗୁରୁବାର ରାତି ହୋଇଯାଇ ଥିବାରୁ ପୁଲିସ ଶୁକ୍ରବାର ଶବ ଉଦ୍ଧାର କରିଥିଲା । ଏବଂ ସେ ସମୟରେ ଏହି ଅଚିହ୍ନା ଯୁବତୀଙ୍କୁ ଚାରି ପାଞ୍ଚ ଦିନ ଆଗରୁ ଝିଅ ର ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରିଥିଲା । ଏବଂ କାଲେ ଝିଅର ପରିଚୟ ମିଳିଯିବ ସେଥିପାଇଁ ଶବ ବ୍ୟବଚ୍ଛେଦ ପରେ ମଧ୍ଯ ମୃତ ଶରୀରକୁ ଆହୁରୀ ୭୨ ଘଣ୍ଟା ସଂରକ୍ଷିତ ରଖିଥିଲା ପୋଲିସ ଓ ଯୁବତୀଙ୍କ ବିଷୟରେ କେହି କିଛି ଜାଣିଥିଲେ ମୋବାଇଲ ନମ୍ବର ୯୪୩୭୧ ୨୬୬୪୬ କୁ ଫୋନ କରି ଜଣାଇବାକୁ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ସତପଥି ଅନୁରୋଧ ମଧ୍ଯ କରିଥିଲେ। ଏ ବିଷୟରେ ଗଣମାଧ୍ୟମ ରେ ତିନିଦିନ ଧରି ଖବର ପରିବେଷଣ କରାଯାଇ ଯୁବତୀଙ୍କ ବେକରେ ଥିବା ଗୋଲ୍ଡେନ ଚେନ ରେ ଲେଖାଥିବା ସୋନୁ କିଏ ଶିର୍ଷନାମା ଖବର ପରିବେଷଣ କରିଥିଲା। ତେବେ ସେ ସମୟରେ ପୋଲିସ କୌଣସି ପରିଚୟ ପାଇ ନ ଥିଲା । ହେଲେ ଆଜି ରବିବାର ସିନ୍ଧେକେଲା ପୋଲିସ ସେହି ଅଚିହ୍ନା ଯୁବତୀଙ୍କ କେସରେ ଜଣକୁ ଗିରଫ କରି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟ ରେ ହାଜର କରିଥିବା ଜଣାପଡିଛି । ତେବେ ଏହି ଘଟଣାରେ ପୋଲିସ ପ୍ରେସମିଟ ଡାକିନଥିବା ବେଳେ । ଜନସାଧାରଣ ରେ ଚର୍ଚ୍ଚା ହେଉଥିବା ଖବର ଅନୁଯାଇ ଝିଅଟି ଭବାନିପାଟଣା ଅଞ୍ଚଳର ଦୁର୍ଗାପ୍ରସାଦ ସାହୁ ଙ୍କ ଝିଅ ସୋନୁ ଲତା ସାହୁ ବୋଲି ଜଣାପଡିବା ପରେ ପୁଲିସ ତଦନ୍ତ କୁ ତ୍ବରାନ୍ବିତ କରିଥିଲା। ଏହାସହ ମାମଲାରେ ବ୍ରହ୍ମପୁର ଗାନ୍ଧୀନଗର ପଡାର କୃଷ୍ଣ ଚନ୍ଦ୍ର ସାହୁ ଙ୍କ ପୁଅ ସନ୍ତୋଷ ସାହୁ ଙ୍କୁ ଗିରଫ କରିଥିଲା ସେ ଦିଲ୍ଲି ରେ ଆର୍ମି ସପ୍ଲାଇ କୋର ଡିପାର୍ଟମେଣ୍ଟ ରେ କାମ କରୁଥିବା ଚର୍ଚ୍ଚା ହେଉଛି । ପୋଲିସ
ଏହି କେସ ବିଷୟରେ କୌଣସି ପ୍ରେସମିଟ ଡାକିନଥିବା ବେଳେ ସିନ୍ଧେକେଲା ଥାନାଧିକାରି ଆଲୋକ ବେହେରାଙ୍କୁ ଫୋନ ଯୋଗେ ପଚାରିବା ପାଇଁ ଚେଷ୍ଟା କଲେ ଫୋନ ରିସିଭ କରୁ ନ ଥିବାରୁ ସବିଶେଷ ତଥ୍ଯ ମିଳିପାରି ନଥିଲା । ଶେଷରେ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ସତପଥି ଙ୍କୁ ପଚାରିବାରୁ ସେ ସୋନୁ ଲତା ଓ ସନ୍ତୋଷ ଙ୍କ ବିବାହ ଠିକ ହୋଇଥିଲା ହେଲେ ପରେ ସୋନୁ ଲତାଙ୍କ ପରିବାର ତରଫରୁ ବିବାହ କରିବାକୁ ମନା କରି ଦେବାରୁ ସନ୍ତୋଷ ର ପରିବାର ଅନ୍ୟ ପଟେ ଝିଅ ଖୋଜାଖୋଜି କରୁଥିଲେ । ହେଲେ ସୋନୁ ଲତା ବିବାହ ଠିକ ହେଉଥିବା ଝିଅ ମାନଙ୍କ ଘରକୁ ଫୋନ କରି ବିବାହ ଭାଙ୍ଗି ଦେଉଥିଲେ ତେଣୁ ସନ୍ତୋଷ ସୋନୁ ଲତା କୁ ରାସ୍ତାରୁ ହଟାଇବାକୁ ସ୍ଥିର କରି ସାରିଥିଲେ। ଏବଂ ସୋନୁ ଲତା କୁ ବୁଝାସୁଝା କରିବା ପାଇଁ ଭବାନିପାଟଣା ରୁ ଖରିଆର ପଟ କୁ ସନ୍ତୋଷ ଆଣିଥିଲା । ବାଟରେ ବର୍ଷା ହେବାରୁ ଶୁଣ୍ଢିମୁଣ୍ଡା ସ୍କୁଲରେ ଅଟକିଥିଲେ ଓ ସେଠାରେ ଦୁହିଁଙ୍କ ମଧ୍ଯରେ ବଚସା ହୋଇ ଶେଷରେ ସନ୍ତୋଷ ସୋନୁ ଲତା କୁ ହତ୍ୟା କରିଥିବା ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ସତପଥି ସୁଚନା ଦେଇଛନ୍ତି