-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Jan-2022
ଲୋଇସିଂହା/ଆଗଲପୁର, ଆଗଲପୁର ବ୍ଲକ ନଅଗାଁ (ଖ) ପଂଚାୟତ ଅଧିନସ୍ଥ ସାନଟୀକା ଗ୍ରାମର ନେହେରୁ ଯୁଏଡ଼ଙ୍କ ୬ ବର୍ଷର ପୁତ୍ର ରାକେଶ ଯୁଏଡ଼ l ରାକେଶକୁ ଯେତେବେଳେ ୬ ମାସ ହେଲା ସେବେଠୁ ନିଉରୋ ସମସ୍ୟା ଦେଖାଯିବା ଆରମ୍ଭ ହେଲା, ଏଣୁ ରାକେଶ ଠିକ ସେ ଛିଡା ହୋଇପାରୁ ନାହାନ୍ତି କି ମସ୍ତିଷ୍କର ମଧ୍ୟ ଉନ୍ନତି ହେଉନାହିଁ l ତାଙ୍କ ପରିବାର ଅନେକ ସ୍ଥାନରେ ଚିକିତ୍ସା କରାଇଛନ୍ତି ହେଲେ କିଛି ସୁଫଳ ମିଳୁନାହିଁ l ରାକେଶକୁ ତାଙ୍କ ପିତା ଲୋଇସିଂହା ହସ୍ପିଟାଲକୁ କିଛିଦିନ ପୂର୍ବରୁ ଆଣିଥିଲେ ହେଲେ ଲୋଇସିଂହା ଡାକ୍ତର ଆଗଲପୁରରେ ଦେଖାଇବାକୁ ପରାମର୍ଶ ଦେଲେ l ୨ ଦିନ ପୂର୍ବରୁ ଝସକେତନ ମହାନନ୍ଦ ଓ ବିକ୍ରମ ମହାନନ୍ଦ ଦୁଇ ଯୁବ ସମାଜସେବୀ ରାକେଶଙ୍କ ଘରକୁ ଯାଇ ତାଙ୍କ ଦ୍ୱାରା ଯାହା ସହଯୋଗ ହେବ କରିବୁ ବୋଲି ପ୍ରତିଶୃତି ଦେଇଛନ୍ତି l ଯାହାହେଉ ପ୍ରଶାସନ ଏ ପରିବାର ପ୍ରତି ଟିକେ ଦୃଷ୍ଟିଦେଲେ ରାକେଶଙ୍କ ଆଗାମୀ ଭବିଷ୍ୟ ଉଜ୍ୱଳ ହେବବୋଲି ଆଶା କରାଯାଉଛି l