-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Jan-2022
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଣିଆ ବ୍ଳକ ରେ ଦେଖା ଦେଇଛି ରାଜନୀତି ରେ ଉଷ୍ମ | ଆଜିଠାରୁ ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା | ଏଯାବତ ବିଜେଡି ଦଳର ପ୍ରାର୍ଥୀ ଚୟନ ରେ ହାତ ବାନ୍ଧି ବସିଛନ୍ତି ବିଜେଡି ଜିଲ୍ଲା ତଥା ବ୍ଳକ ସଭାପତି | ଗଣିଆ ବ୍ଳକ ର ଆଠୋଟି ପଞ୍ଚାୟତ ର ସାତୋଟି ପଞ୍ଚାୟତ ସରପଞ୍ଚ ଏବଂ ସମିତି ପାଇଁ ୩୯ ଜଣ ପ୍ରାର୍ଥୀ ଆଶାୟୀ ଥିବା ହେତୁ ନୟାଗଡ଼ ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଦ୍ଵନ୍ଦ ରେ ପଡିଛନ୍ତି | ପ୍ରାର୍ଥୀ ଚୟନ ବୈଠକରେ ଆଶାୟୀ ମାନେ ସୂଚନା ଦେଇଛନ୍ତି ଯେ ଯଦି ସେମାନଙ୍କୁ ଦଳୀୟ ସମର୍ଥନ ନମିଳେ ସେମାନେ ବିରୋଧୀ ହୋଇ ରାଜନୀତି ରେ ଓଲ୍ହାଇବେ | ସେପଟେ କଂଗ୍ରେସ ଏବଂ ବିଜେପି ମହାମେଣ୍ଟ ରେ ପ୍ରାର୍ଥୀ ଚୟନ ରେ ରୋକ ଲାଗିଛି କାରଣ
ଶାସକ ଦଳର ପ୍ରାର୍ଥୀ ଚୟନ ପରେ ପ୍ରତେକ ପଞ୍ଚାୟତ ପାଇଁ ଲଢୁଆ ନେତା ଙ୍କୁ କରାଯିବ ପ୍ରାର୍ଥୀ | ବର୍ତ୍ତମାନ ର ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସେସଦେବ ସ୍ୱାଇଁ ଗଣିଆ ପଞ୍ଚାୟତ ରୁ ଶାସକ ଦଳ ର ସମିତି ପ୍ରାର୍ଥୀ ହେବାର ଆଶା କୁ ନେଇ ବିରୋଧୀ ମେଣ୍ଟ ଙ୍କ ପ୍ରାର୍ଥୀ ଚୟନ ଏକରକମ ମୁଣ୍ଡବିନ୍ଧା ର କାରଣ ପାଲଟିଛି | ତେବେ ବ୍ଳକ ଅଧ୍ୟକ୍ଷ ପଦ ସଂରକ୍ଷଣ କୁ ଆଖିରେ ରଖି ସମିତି ସଭ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା କୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି | ଗଣିଆ ବ୍ଳକ ବିଜେଡି ସଭାପତି ଶ୍ରୀଯୁକ୍ତ ସଦାଶିବ ମିଶ୍ର କହିଛନ୍ତି ଖୁବ ଶୀଘ୍ର ପ୍ରାର୍ଥୀ ଚୂଡାନ୍ତ ତାଲିକା ଘୋଷଣା କରାଯିବ |