-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
25-Nov-2021
ଦେଓଗାଁ(ସୁଶିଲ ନାଗ), ଦେଓଗାଁ ବ୍ଲକ ଅଫିସ କୁ ଘେରାଉ କରିଛି ବ୍ଲକ କଂଗ୍ରେସ୍ କମିଟି।ଏହି ବିକ୍ଷୋଭ ଦେଓଗାଁ ବ୍ଲକ କଂଗ୍ରେସ କମିଟି ବ୍ଲକ ସଭାପତି ଶ୍ରୀଯୁକ୍ତ ରାମଜୀ ଚୌଧୁରୀଙ୍କର ତତ୍ତ୍ଵାବଧାନରେ ହୋଇଥିଲା।ଏହି ବିକ୍ଷୋଭ ସଭାରେ ବିଧାୟକ ଙ୍କ ବ୍ଲକ୍ ପ୍ରତିନିଧି କାନ୍ତେଶ୍ୱର୍
ପାଧନ,ସେବାଦଳର ମୁଖ୍ୟ ଅଶିତ୍ ମିଶ୍ର (ଗୁନୁ),ଯୁବ କଂଗ୍ରସର ବିଶ୍ୱଜିତ୍ ପାତ୍ର(ପପୁ), ପୂର୍ବତନ ସଭାପତି ଯୁଗେଶ୍ୱର୍ ସାହୁ,ସରପଞ୍ଚ,ସମିତି ସଭ୍ୟ ଏବଂ ଅନ୍ୟାନ୍ୟ ମନ୍ୟ ଗନ୍ୟ ତଥା ଦଳର ବରିଷ୍ଠ କର୍ମକର୍ତ୍ତା ମାନେ ଏହି ବିକ୍ଷୋଭ ରେ ଯୋଗ ଦେଇଥିଲେ। ଆଲୋଚନା ର ବିଷୟ ବସ୍ତୁ ଦେଓଗାଁ ବ୍ଲକ୍ ରେ ପ୍ରଶାସନର ବେଆଇନ ଏବଂ ମନମୁଖୀ କାର୍ଯ୍ୟକଳାପ ଓ ବ୍ଲକ୍ ଅଧକ୍ଷାଙ୍କ କାର୍ଯ୍ୟ ଶୋଇଲି କୁ ନିନ୍ଦା କରାଯାଇଥିଲା ।