-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Apr-2026
ବଲାଙ୍ଗୀର (ପ୍ରେରଣା ଖବର)ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ଆଜି ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ମହିଳା ସଂରକ୍ଷଣ ବିଲ କାଟ୍ ଖାଇବା ପ୍ରସଙ୍ଗରେ ବିଜେପି ବିରୋଧୀ ବିଜେଡି ଓ କଂଗ୍ରେସ କୁ ଦାୟୀ କରିଛି। ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ବିରୋଧୀ ଦଳ ହତ୍ୟା କରିଛନ୍ତି ବୋଲି ବିଜେପି ଆକ୍ଷେପ କରିଛି। ବିରୋଧୀ ଦଳ ମନେ କେବଳ ବିରୋଧ କରିବା ଆଳରେ ମହିଳା ବିଲ୍ କୁ ପାରିତ କରାଇ ଦେଲେ ନାହିଁ। ଆଜି ସବୁ କ୍ଷେତ୍ରରେ ମହିଳା ମାନେ ଏତେ ଆଗକୁ ଗଲା ବେଳେ ବିରୋଧୀ ଦଳ ମାନଙ୍କ ଏପରି ମହିଳା ବିରୋଧୀ ଆଭିମୁଖ୍ୟକୁ ଆଜିର ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ନିନ୍ଦା କରାଯାଇଛି। ଓଡ଼ିଶlରେ ନାରୀ ଶକ୍ତିକୁ ଦୁର୍ବଳ କରିବା ପାଇଁ ବିରୋଧୀ ଦଳ ମାନେ ଏହି ବିଲ କୁ ପାରିତ କରାଇ ଦେଲେ ନାହିଁ। ଉଭୟ ବିଜେଡି ଓ କଂଗ୍ରେସ ମହିଳା ବିରୋଧୀ ଏବଂ ଏମାନଙ୍କୁ ରାଜ୍ୟବାସୀ କେବେ କ୍ଷମା କରିବେ ନାହିଁ ବୋଲି ବିଜେପି ପକ୍ଷରୁ ସ୍ପଷ୍ଟ ଜରାଯାଇଛି। ଆଗାମୀ ଦିନରେ ମହିଳା ସଂରକ୍ଷଣ ବିଲ କୁ ଆଗତ କରା ନଗଲେ ମହିଳା ମାନେ ବାଧ୍ୟ ହୋଇ ରାଜରାସ୍ତା କୁ ଓହ୍ଲାଇବେ ବୋଲି ବିଜେପି ମହିଳା ମୋର୍ଚ୍ଚା ଚେତାବନୀ ଦେଇଛି। ବିଜେପି ମହିଳା ମୋର୍ଚ୍ଚା ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଜ୍ୟୋତି ପାଣିଗ୍ରାହୀ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଳା ସଭାପତି ଶ୍ରୀବତ୍ସ ବେହେରା, ବିଜେପି ମହିଳା ମୋର୍ଚ୍ଚା ର ଜିଲ୍ଲା ସଭନେତ୍ରୀ ରଂଜିତା ପାଣିଗ୍ରାହୀ ବିଜେପି ନେତ୍ରୀ ପଙ୍କଜିନୀ ପଣ୍ଡା, ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀଙ୍କ ସମେତ ବିଜେପି ମହିଳା ମୋର୍ଚ୍ଚା ର ଵହୁ ନେତ୍ରୀ ଓ କର୍ମକର୍ତ୍ତା ମନେ ଉପସ୍ଥିତ ଥିଲେ।