-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||     

HOME   ରାଜନୀତି

ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ

28-Jun-2026



ବରଗଡ(ତୁଳସୀ ଚରଣ ଦାଶ): ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟିର  ମିଳିତ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜୟନ୍ତୀ ମହୋତ୍ସବ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ତତ୍ବାବଧାନରେ ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ବଳନ ସମୟରେ ମନ୍ତ୍ର ପାଠ ଏବଂ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଜୟଶ୍ରୀ ପଣ୍ଡା, ଅତିଥି ପରିଚୟ ପ୍ରଦାନ କରିଥିଲେ ସର୍ଦ୍ଦାର ପ୍ରିତମ ସିଂ। ସଭାପତି ଦଧିବାବନ ଶତପଥୀଙ୍କ ଦ୍ଵାରା ସ୍ବାଗତ ଭାଷଣ ଏବଂ ତାଙ୍କ ସଭାପତିତ୍ବରେ, ସମ୍ପାଦକ ତୁଳସୀ ଚରଣ ଦାଶ ସଂପାଦକୀୟ ବିବରଣୀ ପାଠ କରିଥିଲେ  । ସଂଗଠନ ସଂପାଦକ ଶ୍ରୀ ପ୍ରଦୀପ ଦେବତାଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡଙ୍ଗୀ ସମ୍ମାନିତ ଅତିଥି ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ଏବଂ ମୁଖ୍ୟ ବକ୍ତା ଭାବେ କବି ତଥା ରାଉରକେଲା ସମ୍ବାଦ ସଂସ୍କରଣ ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଲକ୍ଷ୍ମୀ ନାରାୟଣ ହୋତା ଗୁରୁ ଭଗବାନ ସାହୁଙ୍କ ସାରା ଜିବନ ତ୍ୟାଗ ଅବଦାନ ଏବଂ ବଳିଦାନ ଉପରେ ଆଲୋକପାତ କରିଥିଲେ, ପରାମର୍ଶଦାତା ଯୁଗଳ ପ୍ରସାଦ ସିଂ ସ୍ମୃତି କମିଟିର ଦାବି ଉପସ୍ଥାପନ କରିଥିଲେ,ଏହି ଅବସରରେ ଆନ୍ତର୍ଜାତିୟ ସଞ୍ଚାର ଗାୟକ ବାହାକ ଅଲେଖ ସାହୁ ଓ ଦଣ୍ଡା ନୃତ୍ୟ ଗୁରୁ ବିଶ୍ବମ୍ବର ଷାଣ୍ଢ (ଟିହା)ଙ୍କୁ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।  ମାନପତ୍ର ପାଠ କରିଥିଲେ ଭବାନିଶ ଭୋଇ ଓ ରଞ୍ଜନ କୁମାର ପଣ୍ଡା, ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ କାର୍ଯ୍ୟ କରିଆସୁଥିବା ଇବ ସାହିତ୍ୟ ପରିବାର ସୁନ୍ଦରଗଡ଼, ସୁବର୍ଣ୍ଣ ସ୍ମୃତି ସନ୍ସଦ ଜମନକିରା, ଗୁରୁ ଭଜମନ ଦାସ କଳା ପରିଷଦ କୁଟାସିଂହା ବଲାଙ୍ଗିର, ମାଁ ଚରଦେଇ ଲୋକ ମହୋତ୍ସବ କମିଟି ବିନିକା, ଗୁରୁ ଭଗବାନ ସାହୁ କଳା ନିକେତନ ବଲାଙ୍ଗିର, ଜଳ କଲ୍ୟାଣ କୁଲିତା ସମାଜ ଅତାବିରା ସଚେତନ ହେମା ଢୋଲବନ୍ଧ ପଦ୍ମପୁର, ଆମର୍ ସାହିତ୍ୟ ସେବା ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁରକୁ ସମ୍ମାନିତ କରାଯାଇଥିଲା, ଗୁରୁ ଭଗବାନ ସାହୁଙ୍କ ପ୍ରଚାର ପ୍ରସାର କରିଆସୁଥିବା ସାମ୍ବାଦିକ ସୁନିଲ ମିଶ୍ର ବଲାଙ୍ଗିର, ନିରଞ୍ଜନ ତ୍ରିପାଠୀ ପାଇକମାଲ ବ୍ଲକ, ସୁଦୀପ୍ତ ଷଡ଼ଙ୍ଗୀ, ସରୋଜ ଷଡ଼ଙ୍ଗୀ ବରଗଡ଼ଙ୍କୁ ସମ୍ମାନିତ କରାଯାଇଥିଲା, ଏହି ଅବସରରେ କବୟିତ୍ରୀ ଜିବେଶ୍ବରୀ ପଟେଲଙ୍କ କବିତା ପୁସ୍ତକ କ୍ଷ ର ଅକ୍ଷର ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା,ସଭା ପ୍ରାରମ୍ଭରେ ଦଧିବାବନ ଶତପଥୀ ଓ ନିସାର ଅହମଦ ନିସାର ସଙ୍ଗୀତ ପରିବେଷଣ କରିଥିଲେ, କୁନି ଝିଅ ଅଦଭିକା ପଟନାୟକ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ, ଧନ୍ୟବାଦ ଅର୍ପଣ କରିଥିଲେ ସୁଶାନ୍ତ ମିଶ୍ର , ଦ୍ବିତୀୟ ପର୍ଯ୍ୟାୟରେ ଗୁରୁ ଭଗବାନ ସାହୁଙ୍କ ଉପରେ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ‌ହୋଇଥିଲା , ଅତିଥି ଭାବେ ଯୋଗଦେଇଥିଲେ ଭାଗବତ ପଧାନ , ଉତ୍ପନ୍ନ କୁମାର ଭୋଇ,ଭବାନିଶ ଭୋଇ , କମଲ ଲୋଚନ ପଣ୍ଡା, ଅମୂଲ୍ୟ ବେହେରା, ବିପ୍ର ଚରଣ ସାହୁ, ଭିକାରୀ ଚରଣ ପ୍ରଧାନ, ଡ଼. ସଙ୍ଗୀତା ପଣ୍ଡା, ଏବଂ ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କବି କବୟିତ୍ରୀ ମାନେ କବିତା ପାଠ କରିଥିଲେ , କବୟିତ୍ରୀ ସୁଷମା ପଟେଲ, ନିତମ୍ବିନୀ କର,  ଉଦ୍ଧବ ବାରିକ,ଟିକେଲାଲ ରାଉତ ସମେତ ଅନେକ କବି କବୟିତ୍ରୀ କବିତା ପାଠ କରିଥିଲେ, ସମସ୍ତଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡଃ ସଂଗୀତା ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନାରେ ଅଚ୍ୟୁତାନନ୍ଦ ବାରିକ ,  ବିମଳ କୃଷ୍ଣ ମିଶ୍ର, ଶିବାନନ୍ଦ ମଟାରୀ, ସଙ୍ଗୀତା ଦୀପ, ସନ୍ତୋଶିନି ଦାଶ,ନୂରାବତି ସାହୁ, ଚିନ୍ପୟୀ କଣ୍ଟା, ପଞ୍ଚାନନ ବାରିକ,ସାରଥି ମେହେର, ପ୍ରଦୀପ ମିଶ୍ର,ମନୋଜ ବାଗ, ଉମେଶ ପ୍ରଧାନ ,ଦୂର୍ଲଭ ଗଡତିଆ,ମାନସ ରଞ୍ଜନ ଦାଶ,ଜୟଲାଲ ନାଇକ, ଜଟାଧାରୀ ପ୍ରଧାନ ଆଦି ସମସ୍ତ ସଦସ୍ୟ ସଦସ୍ୟା ଯୋଗ ଦେଇ ସହଯୋଗ କରିଥିଲେ । 
         ---------×××---------


News Comment




Photo in News

Advertisment
Lastest News
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026

You Might Also Like