-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2026
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଗଲପୁର ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଲଦୀପ ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଅଭିଯୋଗ ଶୁଣାଣୀ ଶିବିର ପରିଚାଳିତ ହୋଇଥିଲା।ଉକ୍ତ ଅଭିଯୋଗ ଶୁଣାଣି ରେ ଜିଲ୍ଳାପାଳ ଗୌରବ ଶିବାଜୀ ଇସଲ୍ୱାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ପି. ଡି. ଡ଼ିଆରଡିଏ ବଲାଙ୍ଗୀର ତରଣୀ ସୁନା ଯୋଗ ଦେଇଥିବା ବେଳେ ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ତା ସହିତ ବ୍ଲକ ର ମଧ୍ୟ ସମସ୍ତ ବିଭାଗ ର ଅଧିକାରୀ ଉପସ୍ଥିତ ରହିଥିଲେ l
ଆଜିର ଅଭିଯୋଗ ଶୁଣାଣି ରେ ଭତ୍ତା, ରାସ୍ତା, ବିଜୁଳି, ପାଣି ତଥା ଅନ୍ୟାନ୍ୟ ମିଶି 50 ଟି ଅଭିଯୋଗ ପଞ୍ଜିକରଣ ହେବା ସହ ତା ଉପରେ ଶୁଣାଣି ମଧ୍ୟ କରା ଯାଇଥିଲା। ଜନ ସାଧାରଣ ଙ୍କ ସୁବିଧା କୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରା ଯାଇଥିଲା। ପିଇ ବା ପାଣି ଠୁ ନେଇ ଲୋକଙ୍କ ବସିବା ସକାଶେ ଚୌକି ଏବଂ ଗରମ ରୁ ରକ୍ଷା ପାଇବା ପାଇଁ କୁଳର ବ୍ୟବସ୍ଥା କରା ଯାଇଥିଲା। ମୋଟାମୋଟି ଭାବରେ ଶିବିର ଟି ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଥିଲା। ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ପାଇଁ ହୁଇଲ୍ ଚେୟାର ମଧ୍ୟ ବ୍ୟବସ୍ଥା କରା ଯାଇଥିଲା।