-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2026
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ସଦର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରବିବାର କମିଟି ସଭାପତି ଲଳିତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି ଓଡିଶାଙ୍କ କଣ୍ଟାମାଳ ସଂକୁଳ ପ୍ରମୁଖ ସନ୍ତୋଷ କୁମାର ବିଶି ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁ ଉପରେ ମାଆର କର୍ତ୍ତବ୍ୟ ଓ ଶିଶୁ ର ସର୍ବାଙ୍ଗୀନ ବିକାଶ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ସମ୍ପାଦକ ନେତ୍ରାନନ୍ଦ ସାହୁ,ମନୋଜ ରାଜହଂସ (ଟୁନା ),ସନ୍ତୋଷ କୁମାର ପ୍ରଧାନ, ଶିବାଶିଷ ମହାପାତ୍ର, ସନ୍ତୋଷିନୀ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ଶିକ୍ଷାରେ ଶିଶୁ ସହିତ ମାଆ ମାନଙ୍କର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ପ୍ରଧାନଆଚାର୍ଯ୍ୟ ମକଦମ ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶେଷରେ ସମ୍ପାଦକ ନେତ୍ରାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର ସମସ୍ତ ଗୁରୁମା ଗୁରୁଜୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ସମ୍ମିଳନୀରେ ବହୁ ସଂଖ୍ୟାରେ ଅଭିଭାବିକା ମାଆମାନେ ଉପସ୍ଥିତ ରହିଥିଲେ।