-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ସ୍ଥିତ ପୁଷ୍ପଲତା ଗ୍ୟାସ ଏଜେନ୍ସୀ ଠାରେ ଏଚପି ର ନୂଆ ପିଢ଼ିର ସିଲିଣ୍ଡର Navya - New India, New Energy ର ଶୁଭାରମ୍ଭ କରାଯାଇଛି । ବିରମହାରାଜପୁର ବିଧାୟକ ତଥା ସୋନପୁର ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଧାୟକ କହିଥିଲେ ଯେ, ଏହି ନୂଆ କମ୍ପୋଜିଟ୍ ସିଲିଣ୍ଡର ସାଧାରଣ ଲୋକଙ୍କ ପାଇଁ ଅଧିକ ସୁରକ୍ଷିତ ଓ ସୁବିଧାଜନକ ହେବ। ଏହାର ବିଶେଷତ୍ୱ ହେଲା ହାଲୁକା ଓଜନ ଉଠାଇବା ଓ ବୋହିବା ପାଇଁ ସହଜ, ସୁରକ୍ଷିତ ଓ ବିଶ୍ୱସନୀୟ । Explosion Proof ଟେକ୍ନୋଲୋଜିରେ ନିର୍ମିତ ମଜବୁତ ଡିଜାଇନ୍ ଏବଂ କଳଙ୍କି ଲାଗୁନଥିବା କମ୍ପୋଜିଟ୍ ବଡି ଏବଂ ସ୍ମାର୍ଟ ଟେକ୍ନୋଲୋଜି ବାହାରୁ ହିଁ ଗ୍ୟାସ ଲେଭଲ ଦେଖିହେବ । ବୁକିଂ କଲେ ସଙ୍ଗେ ସଙ୍ଗେ ଡେଲିଭରି ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଗ୍ୟାସ ଏଜେନ୍ସୀ ର ଅଧ୍ୟକ୍ଷା ପୁଷ୍ପଲତା ନାଏକ୍, ପ୍ରୋପା ଇଟର ବାସନ୍ତୀ ନାଏକ୍, ଡାଇରେକ୍ଟର ଚରଣ ନାଏକ ଙ୍କ ସହ ସମସ୍ତ କର୍ମଚାରୀ, ବହୁ ଗ୍ରାହକ ଓ ସ୍ଥାନୀୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।