-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
24-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ ) ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତରେ ପ୍ରଥମ ଥର ପାଇଁ ସରପଞ୍ଚଙ୍କ ଉଦ୍ୟମରେ ଏକ ପାର୍କ ତିଆରି କରି ସଫଳ ହେବାକୁ ଯାଉଛି l ଲୋଇସିଂହା ବ୍ଲକ ଅଧିନସ୍ଥ ବୁଢ଼ୀପଦର ଠାରେ ୨୦୨୦-୨୧ ଆର୍ଥୀକ ବର୍ଷରେ ଛଅ ଲକ୍ଷ ବଜେଟରେ ନେଗୀପାଲି ସୀମାନ୍ତ ବଲାଙ୍ଗୀର- ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ କଡରେ ନିର୍ମିତ ଏହି ପାର୍କ ଉପରେ ପଡିଲା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନଜର l ଲୋଇସିଂହା ବ୍ଲକରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟକୁ ବୁଲି ଦେଖିବା ପାଇଁ ଆସିଥିଲେ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣl, ବୁଲିବା ସମୟରେ ବୁଢ଼ୀପଦରରେ ସରପଞ୍ଚଙ୍କ ଉଦ୍ୟମରେ ଚାଲିଥିବା ଏହି ନିର୍ମାଣଧୀନ ପାର୍କକୁ ଦେଖି ଖୁସି ବ୍ୟକ୍ତ କରିଥିଲେ ଓ ଆବଶ୍ୟକ ସ୍ଥଳେ କିଛି ଅନୁଦାନ ରାଶି ଦେବାଲାଗି ପ୍ରତିଶୃତି ଦେଇଛନ୍ତି ବୋଲି ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ପଧାନ ପ୍ରକାଶ କରିଛନ୍ତି l ଜିଲ୍ଲାପାଳଙ୍କ ଗସ୍ତ ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡିଆ, ସରପଞ୍ଚ ଶ୍ରୀମତୀ ପଧାନ, ଇ. ଓ ପ୍ରହଲ୍ଲାଦ ବେହେରା, ଜିଆରଏସ ସୁରେଶ ସାହୁ ଙ୍କ ସହ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ l