-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2026
ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ଦିଗଶିରା ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଅଙ୍ଗନଦୀ ନିକଟ ଖେଳ ପଡ଼ିଆରେ ରବିବାର ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଖଇରମାଲ, ଖରମୁଣ୍ଡା, ଲୋଇସିଂହା, ସୋନପୁର ୧୦୮ ଏଫସି, ବଲାଙ୍ଗୀର ବ୍ଲୁ ଟାଇଗର, ତେତେଲଖୁଣ୍ଟି, ରାଜଆଗଲପୁର ଇଲେଭେନ ଷ୍ଟାର ଓ ବୌଦ୍ଧ ଜୟ ଦୁର୍ଗା ଏଫସି ମୋଟ ୮ ଗୋଟି ଦଳ ଅଂଶଗ୍ରହଣ କରି ଫୁଟବଲ ଖେଳିଥିଲେ |ଫାଇନାଲ ମେଚ୍ୟାରେ ଲୋଇସିଂହା ଦଳ ଓ ତେତେଲଖୁଣ୍ଟି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ଲୋଇସିଂହା କୁ ହରାଇ ତେତେଲଖୁଣ୍ଟି ଦଳ ବିଜୟ ହୋଇ ଚମ୍ପିୟାନ ହୋଇଥିଲା |ଫୁଟବଲ ଖେଳକୁ ସୁରେଶ ନାଏକ, ରଘୁନାଥ ସେଠୀ, ସୁଦାଂଶୁ ସେଠ୍ (ନାଟୁ ), ଓ କରୁଣାକର ପଧାନ ରେଫରୀ ଭାବେ ଯୋଗଦେଇ ଖେଳପରିଚାଳନା କରିଥିଲେ |ଉଦଘାଟନ ଉତ୍ସବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳକୁ ଦିଗଶିରା ସରପଞ୍ଚଙ୍କ ପ୍ରତିନିଧି ଲବ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ |ସମ୍ମାନିତ ଅତିଥି ଭାବେ ସୁନାପାଲି ସରପଞ୍ଚଙ୍କ ପ୍ରତିନିଧି ଭଜମନ ସେଠ୍,ଦିଗଶିରା ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରଦୀପ ମହାନନ୍ଦ,ପୂର୍ବତନ ଫୁଟବଲ ଖେଳାଳି ଗୁଣନିଧି ଭୁକ୍ତା, ଅରକ୍ଷୀ ମେହେର, ସମାଜସେବୀ ରମେଶ ମେହେର, ରଞ୍ଜନ କୁମାର ଆଚାର୍ଯ୍ୟ, ପୂର୍ବତନ ସରପଞ୍ଚ ବିଜୟ କୁମାର ବେହେରା,ଯୋଗଦେଇ ଥିଲେ |ପରବର୍ତ୍ତୀ ଫୁଟବଲ ଖେଳ ଫାଇନାଲ ମେଚ୍ୟା ଉଦଯାପନୀ ଉତ୍ସବ ଖେଳ ଲୋଇସିଂହା ଓ ତେତେଲଖୁଣ୍ଟି ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ଲୋଇସିଂହା ଦଳ କୁ ୨ ଗୋଲ ଦେଇ ତେତେଲଖୁଣ୍ଟି ଦଳ ବିଜୟୀ ହୋଇଥିଲେ| ଉଦଯାପନୀ ଦିବସର ଖେଳ ଉତ୍ସବରେ ଆଜାଦ ଫୁଟବଲ ଏସୋସିଏସନର ଉପଦେଷ୍ଟା ତଥା ପୂର୍ବତନ ୱାର୍ଡ ସଭ୍ୟ ସହଦେଵ ପଧାନଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲା ଭାଜପା ଉପସଭାପତି ତଥା ବଲାଙ୍ଗୀର ଲୋକସଭା ସାଂସଦଙ୍କ ଜିଲା ପ୍ରତିନିଧି ଯୁବ ନେତା ସାନନ୍ଦ କୁମାର ମେହେର ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ |ଫୁଟବଲ ଏହା ଏପରି ଏକ ଖେଳକ୍ରୀଡା ଯେ ମଣିଷର ଶରୀରକୁ ସ୍ୱାସ୍ଥ୍ୟବାନ ରଖିଥାଏ ଏବଂ ଫୁଟବଲ ଖେଳିବା ଦ୍ଵାରା ଜଣେ ଖେଳାଳିକୁ ପ୍ରଶଂସାମିଳିବା ସହ ବିଭିନ୍ନ ମେଡାଲ ମିଳିଥାଏ ଏବଂ କ୍ରୀଡା ପାଇଁ ଉପଯୁକ୍ତ ଫୁଟବଲ ଖେଳ ବୋଲି କହିବା ସହ ଖେଳପଡ଼ିଆ ରେଥିବା ବିଭିନ୍ନ ସମସ୍ୟା ଉପରେ ଆମ ସରକାର ପାଖରୁ ଯେପରି
ସାହାଯ୍ୟ ସହଯୋଗ ମିଳିବ ସେ ଉପରେ ମୁଁ ଚେଷ୍ଟା କରିବି ବୋଲି କହିଥିଲେ |ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ବ୍ଲକ ପ୍ରତିନିଧି ଯୁବ ନେତା ବୀରେନ୍ଦ୍ର କୁମାର କଠାର,ଶୁଖା ପୂର୍ବତନ ମଣ୍ଡଳ ସଭାପତି ତଥା ଜିଲା ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ପଧାନ, ଜିଲା ଆଇଟି କୋଡିନେଟର ବିକାଶ ହାତୀ, ପୂର୍ବତନ ମଣ୍ଡଳ ସଭାପତି ନିତେଇ ପାଲ, ସମଲେଚୁଆଁ ସମିତି ସଭ୍ୟ ପ୍ରବୀର କୁମାର ସାହୁ, ଡୁଙ୍ଗୁରିପାଲି ମହିଳା ମହାବିଦ୍ୟାଳୟର ମୁଖ୍ୟ ପରିଚାଳକ ସୁଶାନ୍ତ କୁମାର ମେହେର ଯୋଗଦେଇଥିଲେ |ଅତିଥି ମାନଙ୍କ ପରିଚୟ ପ୍ରଦାନ, ସ୍ୱାଗତ ଭାଷଣ ଓ ଖେଳର ଧାରା ବିବରଣୀ ପ୍ରଦାନ ପୂର୍ବତନ ୱାର୍ଡ ସଭ୍ୟ ଦୀନବନ୍ଧୁ ସୁନା କରିଥିଲେ |ଵେଷ୍ଟ ଗୋଲକିପର ଭାବେ ଜଗନ ଭୋଇ, ମେନ ଅଫ ଦ ମେଚ୍ୟା ଭାବେ ଆଶିଷ ନାଏକ, ଏବଂ ମେଚ୍ୟା ଅଫ ଦ ସିରିଜ ଭାବେ ଟିନୁ ଭୋଇଙ୍କୁ ଅତିଥି ମାନେ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ |ଫୁଟବଲ ଟୁର୍ଣ୍ଣାମେଣ୍ଟ ଟି ଆଜାଦ ଫୁଟବଲ ଏସୋସିଏସନର ସମସ୍ତ କର୍ମକର୍ତ୍ତା,ସଦସ୍ୟ ଓ ଗ୍ରାମବାସୀଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା |