-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
22-Nov-2021
ଢେଙ୍କାନାଳ(ତାପସ ଦାସ): ସରକାର ପିଲା ମାନଙ୍କ ଉଜ୍ୱଳ ଭବିଷ୍ୟତ ନିମନ୍ତେ ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିଥିଲା ବେଳେ ଏହା ପିଲା ମାନଙ୍କ ପାଇଁ କେତେ ଆଦର୍ଶ ସୃଷ୍ଟି କରିବ ତାହାର ଏକ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଆଶ୍ରମ ସ୍ଥିତ ଆଦର୍ଶ ବିଦ୍ୟାଳୟରେ l ବିଶ୍ୱ ମହାମାରୀ କରୋନା ହେତୁ ବିଦ୍ୟାଳୟଟି ନିର୍ମାଣ ପରେ ବନ୍ଦ ଥିବା ସମୟରେ କରୋନା ରୋଗୀଙ୍କ ନିମନ୍ତେ ସରକାର ଏହାକୁ କୋଭିଡ କେୟାର ସେଣ୍ଟର କରିଥିଲେ lତେବେ ମହାମାରୀର ପରବର୍ତୀ ସମୟରେ ସରକାରୀ ଏହି ବିଦ୍ୟାଳୟକୁ ଖୋଲିବାକୁ ନିଷ୍ପତି ନେଇଥିବା ବେଳେ ଗତ ୧୮ ତାରିଖରେ ସବୁ ଅଭିଭାବକ ମାନଙ୍କୁ ଏ ନେଇ ଅବଗତ କରାଯାଇଥିଲା l ଗତକାଲି ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ଅଭିଭାବକ ମାନଙ୍କମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l ତେବେ ଏହାର ମୁଖ୍ୟ କାରଣ ଏହାର ପରିବେଶ ଏବଂ ପରିଛନ୍ନତା ବୋଲି ଜଣାପଡିଛି l କୋଭିଡ କେୟାର ସେଣ୍ଟର ହେବା ସମୟରେ ରୋଗୀମାନଙ୍କ ବ୍ୟବହୃତ ସାଲାଇନ ଖୋଳ, ତୁଳା, ବ୍ୟଣ୍ଡେଜ ଆଦି ଜିନିଷ ବିଦ୍ୟାଳୟ ଚତୁଃପାର୍ଶ୍ୱରେ ପଡିଥିବାର ଦେଖିବାକୁ ମିଳିଥିଲା lଏଥିସହ ବିଦ୍ୟାଳୟକୁ ଠିକ ଭାବରେ ସାନିଟେସନ କରାଯାଇ ନ ଥିବାର ଅଭିଭାବକ ମାନେ ଅଭିଯୋଗ କରିଥିଲେ l ଅନ୍ୟପକ୍ଷରେ ପ୍ରଶାସନକୁ ବରମ୍ବାର ଜଣାଇ ଥିଲେ ମଧ୍ୟ କୋଣସି ସୁଫଳ
ମିଳିନଥିବା ପ୍ରଧାନ ଶିକ୍ଷକ ନିଜ ପ୍ରତିକ୍ରିୟା ରେ କହିଛନ୍ତି l ଛାତ୍ରଛାତ୍ରୀ ମାନେ ଦେଶର ଆଗାମୀ ଭବିଷ୍ୟତ ହୋଇଥିବା ବେଳ ପ୍ରଶାସନ ଦେଶର ଭବିଷ୍ୟତକୁ ନେଇ ଏପରି ଖେଳ ଖେଳିବା କେତେ ଯୁକ୍ତିଯୁକ୍ତ ତାହା ଏକ ବଡ଼ ପ୍ରଶ୍ନ l ଏହାରି ଭିତରେ ଅଭିଭାବକଙ୍କ ଅଭିଯୋଗ ପରେ ପ୍ରଶାସନ ଏଥି ନିମନ୍ତେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା l