-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ରାଜପଥରେ ସର୍ବାଧିକ ସ୍ପିଡ୍ ୧୦୦ କିମି, ପରିବହନ କର୍ତ୍ତୃପକ୍ଷ ନିର୍ଦ୍ଧାରଣ କଲେ ଗାଡ଼ିର ଗତି

21-Nov-2021



ଭୁବନେଶ୍ୱର(ପ୍ରେରଣା ଖବର ବ୍ୟୁରୋ) : ରାଜ୍ୟରେ ସଡ଼କ ଦୁର୍ଘଟଣା ମାମଲାକୁ ହ୍ରାସ ନିମନ୍ତେ ରାଜ୍ୟ ପରିବହନ ପ୍ରାଧିକରଣ ଆଜି ବିଭିନ୍ନ ପ୍ରକାରର ଯାନବାହନ ନିମନ୍ତେ ସ୍ପିଡ୍ ଲିମିଟ୍ ନିର୍ଦ୍ଧାରଣ କରିଛନ୍ତି। ୪ଲେନ୍ ଅବା ତା’ଠୁ ଅଧିକ ଲେନ୍ ବିଶିଷ୍ଟ ରାଜପଥରେ ଘରୋଇ କାରର ଘଣ୍ଟାପ୍ରତି ସର୍ବାଧିକ ବେଗ ୧୦୦କିମି ରହିପାରିବ।

ରାଜ୍ୟ ପରିବହନ ପ୍ରାଧିକରଣଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ଡ୍ରାଇଭରଙ୍କୁ ମିଶାଇ ୮ଟି ସିଟରୁ କମ୍ ଯାତ୍ରୀବାହୀ ଯାନ (ଘରୋଇ ଗାଡ଼ି ) ୪ଲେନ୍ ଅବା ତା’ଠୁ ଅଧିକ ଲେନ୍ ରହିଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ସର୍ବାଧିକ ୧୦୦କିମି ବେଗରେ ଚାଲିପାରିବ। ସେହିପରି ମ୍ୟୁନିସପାଲଟି ଓ ଏନଏଏସି ଦେଇ ଗତି କରୁଥିବା ଜାତୀୟ ରାଜପଥରେ ଗାଡ଼ିର ବେଗ ସର୍ବାଧିକ ଘଣ୍ଟାପ୍ରତି ୫୦କିମି ଓ ଅନ୍ୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଏହି ଗାଡ଼ିର ବେଗ ସର୍ବାଧିକ ୬୦କିମି ରହିବ ବୋଲି ପରିବହନ ପ୍ରାଧିକରଣଙ୍କ ଦ୍ୱାରା ସ୍ପିଡ୍ ଲିମିଟ୍ ନିର୍ଦ୍ଧାରିତ ହୋଇଛି।

ସେହିପରି ଯାତ୍ରୀବାହୀ ପରିବହନ(ବ୍ୟବସାୟିକ ) ଯାନ, ଯାହାକି ୮ଟି ସିଟରୁ ଅଧିକ ବିଶିଷ୍ଟ ହୋଇନଥିବ, ସେହି ଗାଡ଼ି ୪ଲେନ୍ ଅବା ତା’ଠୁ ଅଧିକ ଲେନ୍ ଥିବା ଜାତୀୟ ଓ ରାଜ୍ୟ ରାଜପଥରେ ସର୍ବାଧିକ ୮୦କିମି ବେଗରେ ଚାଲିପାରିବ। ମ୍ୟୁନିସପାଲଟି ଓ ଏନଏସି ଅଂଚଳ ଦେଇ ଗତି କରୁଥିବା ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟା ପ୍ରତି ସର୍ବାଧିକ ବେଗ ୪୦କିମି ଓ ଅନ୍ୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ସର୍ବାଧିକ ବେଗ ୬୦କିମି ରହିବ।

ରାଜ୍ୟ ପରିବହନ ପ୍ରାଧିକରଣ ମଧ୍ୟ ମାଲବାହୀ ଗାଡ଼ି ନିମନ୍ତେ ସ୍ପିଡ୍ ଲିମିଟ୍ ଧାର୍ଯ୍ୟ କରିଛନ୍ତି। ୪ଲେନ୍ ଅବା ତା’ଠୁ ଅଧିକ ଲେନ୍ ବିଶିଷ୍ଟ ଜାତୀୟ ଓ ରାଜ୍ୟ ରାଜପଥରେ ମାଲବାହୀ ଗାଡ଼ିର ସ୍ପିଡ୍ ଘଣ୍ଟାପ୍ରତି ସର୍ବାଧିକ ୬୦କିମି ଏବଂ ମ୍ୟୁନିସପାଲ ଓ ଏନଏସି ଅଂଚଳରେ ସର୍ବାଧିକ ଘଣ୍ଟାପ୍ରତି ୩୦କିମି ରହିବ । ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସ୍ପିଡ୍ ୫୦କିମି ରହିବ।

ସେହିପରି ୪ ଲେନ୍ ଅବା ତା’ଠୁ ଅଧିକ ଲେନରେ ମୋଟର ସାଇକେଲର ସ୍ପିଡ୍ ଘଣ୍ଟାପ୍ରତି ୬୦କିମିରୁ ଅଧିକ ହୋଇପାରିବ ନାହିଁ । ସେହିପରି ମ୍ୟୁନିସପାଲଟି ଓ ଏନଏଏସି ଅଂଚଳ ମଧ୍ୟରେ ଯାଉଥିବା ଜାତୀୟ ଓ ରାଜ୍ୟ ରାଜପଥରେ ମୋଟର ସାଇକେଲର ଗତି ସର୍ବାଧିକ ଘଣ୍ଟାପ୍ରତି ୪୦କିମି ରହିବ। ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ମୋଟର ସାଇକେଲର ଗତି ଘଣ୍ଟାପ୍ରତି ୫୦କିମି ରହିବ।

ଏସବୁ ବ୍ୟତୀତ ୩ ଚକିଆ ଅଟୋ ମଧ୍ୟ ୪ଲେନ୍ ଅବା ତା’ଠୁ ଅଧିକ ଲେନ୍ ବିଶିଷ୍ଟ ଜାତୀୟ ଓ ରାଜ୍ୟ ରାଜପଥରେ ସର୍ବାଧିକ ଘଣ୍ଟାପ୍ରତି ୪୦କିମି ବେଗରେ ଗତି କରିପାରିବ। ମ୍ୟୁନସିପାଲଟି ଓ ଏନଏସି ଅଂଚଳ ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଏହି ଗାଡ଼ିର ବେଗ ସର୍ବାଧିକ ଘଣ୍ଟାପ୍ରତି ୩୦କିମି ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଏହାର ବେଗତ ଘଣ୍ଟା ପ୍ରତି ୩୦କିମି ରହିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ, ସଡ଼କ ଦୁର୍ଘଟଣା ହ୍ରାସ କରିବା ନିମନ୍ତେ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ବିଭିନ୍ନ ସମୟରେ ଗାଡ଼ିର ସ୍ପିଡ୍ ଲିମିଟ୍ ଧାର୍ଯ୍ୟ କରିଥାନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like