-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
21-Nov-2021
ବଲାଙ୍ଗୀର: -ଆଜି ଛାଡଖାଇ । ବଲାଙ୍ଗୀର ସହରରେ ମାଛ, ମାଂସ, ଚିକେନ ବଜାରରେ ପ୍ରବଳ ଭିଡ଼ ।କାର୍ତ୍ତିକ ମାସରେ ପନିପରିବା ଆକାଶ ଛୁଆଁ ଦର ଥିବାବେଳେ ଏବେ ମାଛ ମାଂସ ର ଦର ବଢ଼ିଛି ।
କାର୍ତ୍ତିକ ମାସ ପୂର୍ଣ୍ଣିମା ର ପରଦିନ ଛାଡଖାଇ ପାଳନ କରାଯାଏ । ଆମିଷାନି ଲୋକେ ଛାଡଖାଇ କୁ ଅପେକ୍ଷା କରିଥାନ୍ତି । ଚଳିତ ବର୍ଷ ଶନିବାର ଦିନ ଛାଡଖାଇ ପଡ଼ିଥିବାରୁ ଲୋକଙ୍କ ମନରେ ସେତେଟା ଉତ୍ସାହ ଦେଖିବାକୁ ମିଳିନଥିଲା । ଏଣୁ ରବିବାର ଦିନ ଲୋକେ ଛାଡଖାଇ ମଜା ନେବେ । କାର୍ତ୍ତିକ ମାସ ଯୋଗୁ ଆମିଷ ବେପାର ମାନ୍ଦା ଥିଲା । ଏବେ ସହରର ବିଭିନ୍ନ ସ୍ଥାନରେ ଥିବା ମାଛ ବଜାରରେ ରୋହି,ଭାକୁର,ଚିଙ୍ଗୁଡ଼ି ଭଳି ବିଭିନ୍ନ ପ୍ରଜାତି ର ମାଛ ବିକ୍ରି ଚାଲିଛି ।ରବିବାର ବ୍ୟବସାୟ କୁ ବେପାରୀ ମାନେ ଜଗିରହିଥିଲେ । ରାଜ୍ୟର ଅଧିକାଂଶ ସ୍ଥାନରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ମାଛ ମାଂସ ଦର ଆକାଶ ଛୁଆଁ ହୋଇଥିଲେ ମଧ୍ୟ ଛାଡଖାଇ ହେତୁ ଲୋକମାନେ କିଣିବାକୁ ପଛାଉ ନାହାନ୍ତି ।