-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

୧୭ ଲକ୍ଷ ଟଙ୍କା ପାଇଁ ନିଜ ବଡଭାଇ କୁ ଯୋଜନା ବଦ୍ଧ ଭାବେ ହତ୍ଯା କରି ଥିବା ସାନ ଭାଇ ର ଅନ୍ୟ ସହଯୋଗୀ ଙ୍କୁ ଗିରଫ ଦାବୀ

21-Nov-2021



ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) :ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅଧିନସ୍ଥ ଗୋରୁବଜାର ନିବାସୀ √ଗିଦଲି ବେହେରା ନାମକ ଜଣେ ବ୍ୟକ୍ତି ଙ୍କ ବଡ଼ ପୁଅ ସଞ୍ଜୟ ବେହେରା(ବ-୩୩) ଗତ ତା୪-୧୦-୨୦୨୧ ରୁ ନିଖୋଜ ହୋଇଯାଇଥିଲେ । ଏ ନେଇ ଟିଟିଲାଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ରଞ୍ଜନ ବାରିହା ଏକ ମାମଲା ଦାୟର କରି ତଦନ୍ତ ଆରମ୍ଭ କରି ଗତ ମାସ ତା୨୭-୧୦-୨୧ ରିଖ ଦିନ  ଟିଟିଲାଗଡ଼ ଥାନା ରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଝାରଦେବନ୍ଧ  ନାମକ ଏକ ଶିବ ମନ୍ଦିର ନିକଟ ରେ ଥିବା ଜଙ୍ଗଲ ରେ ଯୋଜନା ବଦ୍ଧ ଭାବେ ହତ୍ୟା କରି ମାଟି ରେ ପୋତି ଦିଆଯାଇଥିବା ନେଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇ ଥିଲା । ସୂଚନା ଅନୁଯାୟୀ ଉକ୍ତ ମୃତ ସଞ୍ଜୟ ଙ୍କ ପିତା ଗିଦଲି ବେହେରା ବିଦ୍ୟୁତ ବିଭାଗ ରେ କାର୍ଯ୍ୟ କରୁଥିବା ବେଳେ ସେ ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କ ବଡ଼ ପୁଅ ସଞ୍ଜୟ ଉକ୍ତ ବିଭିନ୍ନ ପ୍ରକାର କାର୍ଯ୍ୟ କରି ଆସୁଥିବା ବେଳେ ପାରିବାରିକ ଅସାନ୍ତି ଲାଗି ରହିଥିଲା । ଉକ୍ତ ମୃତ ସଂଜୟଙ୍କ ପିତା ଗତ ଚାରି ମାସ ତଳେ ମୃତ୍ୟୁ ବରଣ କରିଥିବା ପରେ ତାଙ୍କ ର ବ୍ୟାଙ୍କ ଆକାଉଣ୍ଟ ତଥା ଏଲ,ଆଇ,ସି ସହ ପ୍ରାୟ ୧୭ ଲକ୍ଷ ଟଙ୍କା ମିଳିବା ଓ ଉକ୍ତ ଟଙ୍କା ପାଇଁ ନିଜ ବଡ ଭାଇ ର ହତ୍ୟା କରାଯିବା ଜଣାପଡିଥିଲା । ଅଭିଯୁକ୍ତ ପ୍ରମୋଦ  ବେହେରା (ବ-୨୭) ନିଜେ ହତ୍ୟା ପାଇଁ ଏକ ସୁଚିନ୍ତିତ ଯୋଜନା କରିଥିଲା ବୋଲି ଗୋପନୀୟ ସୂଚନା ମିଳିଛି । ମୃତ ସଞ୍ଜୟ କୁ ପ୍ରଥମେ ତାଙ୍କୁ ଦୁଇ ଜଣ ଯୁବକ ଏକ ବାଇକ ରେ ନେଇ ଯିବା ଖବର ପରିବାର ଲୋକେ ଜଣେଇଥିଲେ । ଉକ୍ତ ଦିନ ଠାରୁ ପ୍ରାୟ ସାତ ଦିନ ପରେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚମାର ପଡାରେ ନିଜ ସାଙ୍ଗଙ୍କ ସହ ସେ ଏକ ଲକ୍ଷ ତିରିଶ ହଜାର ଟଙ୍କା ଜୁଆ ଖେଳରେ ଜିତିଥିଲା । ହେଲେ ପ୍ରେମ ଵିଵାହ କରିଥିବା ସଞ୍ଜୟ ସାନ ଭାଇ ପ୍ରମୋଦ ର ଜୀବିତ ଅବସ୍ଥାରେ ଉକ୍ତ ସମସ୍ତ ଟଙ୍କା କିଭଳି ନିଜେ ହଡପ କରିବ ସେ  ନେଇ ସୂଚନା ଅନୁଯାୟୀ ତାର ପାଞ୍ଚ ଜଣ ସହଯୋଗୀଙ୍କ ସହ ମିଶି ଜିତି ଥିବା ଏକ ଲକ୍ଷ ଟଙ୍କା ତାର ଅନ୍ୟ ପାଞ୍ଚ ଜଣଙ୍କୁ ଦେଇ ବାକି ୩୦ ହଜାର ଟଙ୍କା ନିଜେ ରଖି ଥିଲା । ଯୋଜନା ମୁତାବକ ତାକୁ ବାଇକରେ ନେଇ ହତ୍ୟା କରି ଘଟଣାକୁ ଅଞ୍ଜାମ ଦେଇଥିଲା । ସେହିପରି ଅନ୍ୟ ସହଯୋଗୀଙ୍କୁ ହତ୍ୟା ପରେ ଉକ୍ତ ଟଙ୍କାକୁ ନିଜ ଭିତରେ ବାଣ୍ଟିବା ଓ ଉକ୍ତ ଟଙ୍କା ସେ ଦେବାରେ ବିଳମ୍ବ ଯୋଗୁଁ ବଚସା ସୃଷ୍ଟି ହୋଇଥିଲା । ଗିରଫ ଅଭିଯୁକ୍ତ ପ୍ରମୋଦ ଟଙ୍କା ପାଇଁ ନିଜ ବିଧବା ମାଆ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଟିଟିଲାଗଡ଼ କୋର୍ଟ ନିକଟରେ ଥିବା ସହଜ ଜନସେବା କେନ୍ଦ୍ରରେ ପହଂଚି ଟଙ୍କା ମିଳିବାରେ ବିଳମ୍ବ ହେବା ଜାଣି ଅଧିକ ଚିନ୍ତିତ ହେବା ସହ ସହଯୋଗୀଙ୍କ ଚାପର ଶିକାର ହୋଇଥିଲା । ଥାନାଧିକାରୀ ରଞ୍ଜନ ବାରିହା ବିଭିନ୍ନ ସି ସି ଟିଭି ପୁଟେଜ ସହ ତଦନ୍ତ କରି ଅଭିଯୁକ୍ତ ପ୍ରମୋଦକୁ କୋର୍ଟ ଚାଲାଣ କରିବା ଓ ବିଚାରଧୀନ ବନ୍ଦୀ ଭାବେ ସେ ବର୍ତ୍ତମାନ ଜେଲ ରେ ରହିଛି । ଅନ୍ୟ ସହଯୋଗୀ ପାଞ୍ଚଜଣ ଗିରଫ ହେବା ମାତ୍ରେ ରାଜ୍ୟ ବାହାରକୁ ଏକ ସଙ୍ଗେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରୁ ଉଦ୍ଧାର ରମ୍ଫା, ଗଇଁତି ଆଦି ବିଭିନ୍ନ ସରଞ୍ଜାମ ଜବତ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚର୍ଚ୍ଚା ଜୋର ଧରିଛି । ତେବେ ଅନ୍ୟ ଅଭିଯୁକ୍ତ ମାନେ କିଏ ? ପ୍ରକୃତ ଘଟଣା କଣ ? ପ୍ରକୃତରେ ସେ ଏକୁଟିଆ ନା ଅନ୍ୟ କିଏ ? ଅଭିଯୁକ୍ତ ହତ୍ୟାରେ ଅନ୍ୟ  ସହଯୋଗୀ ମାନଙ୍କ ଚାପରେ ଥିଲା କି? ଏଭଳି ବିଭିନ୍ନ ପ୍ରଶ୍ନ ସୃଷ୍ଟି ହେଉଛି । ସେହିପରି ପ୍ରେମ

ବିବାହ କରିଥିବା ମୃତ ସଞ୍ଜୟ ର ସ୍ତ୍ରୀ ଓ ଏକ ତିନି ମାସ ର ସନ୍ତାନ ରହିଥିବା ଓ ତାଙ୍କ ସ୍ତ୍ରୀ ଥାନା ରେ ନିଖୋଜ ମାମଲା ରୁଜ୍ଜୁ କରିଥିଲେ । ପରିବାର ଲୋକ ଙ୍କ ସହ ମୃତ ସଞ୍ଜୟ ନ ରହି ଘର ନିକଟସ୍ଥ ଏକ ଭଡା ଘରେ ରହୁଥିଲେ । ଏ ସବୁ ନେଇ ତାଙ୍କ ସ୍ତ୍ରୀ ଅନ୍ୟ ଅଭିଯୁକ୍ତ ମାନ ଙ୍କୁ ଯଥାଶୀଘ୍ର  ଗିରଫ କରିବା ନିମନ୍ତେ ଦାବି କରିଛନ୍ତି । ମୋ ସନ୍ତାନ ପାଇଁ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ସହ କଠୋର ଦଣ୍ଡ ବିଧାନ କରିବା ପାଇଁ ଗୁହାରି କରିଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like