-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ଖାଦ୍ୟ, ଅର୍ଥ, ବସ୍ତ୍ର, ଭଳି ଆପଣ ବହୁତ୍ କିଛି ଦାନ କଥା ଶୁଣିଥିବେ କିଏ ଜନ୍ମ ଦିନରେ ବସ୍ତ୍ର ଦାନ ତ କିଏ ରକ୍ତଦାନ କରେ l ମାତ୍ର ସୁବର୍ଣ୍ଣପୁର ଜିଲ୍ଲାର ଏପରି ଜଣେ ଯୁବକ ନିଜର ମହାନତା ର ପରିଚୟ ଦେଇଛନ୍ତି ଓ ତାଙ୍କ ଜନ୍ମଦିନରେ ଯେ କି ନିଜର ଅମୂଲ୍ୟ ଅଙ୍ଗ ନିଜର ଦୁଇ ଆଖି ସମାଜରୁ ଅନ୍ଧତ୍ୱ ଲୋପ କରିବା ଚିନ୍ତା ଧାରା ନେଇ ଦାନ କରିବା ସକାଶେ ପ୍ରଶାସନ କୁ ନିବେଦନ କରିବାର ଦେଖିବାକୁ ମିଳିଛି । ଆଉ ସେ ଯୁବକ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବିଶିମୁଣ୍ଡା ପଂଚାୟତ ର ବୁରମୁଣ୍ଡା ଗ୍ରାମର ସମାଜସେବୀ ରୂପକ ମହାନ୍ତି । ସେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଥିବା ଚକ୍ଷୁ ଚିକିତ୍ସାଳୟ ର ବିଶେଷଜ୍ଞ ଙ୍କ ସହିତ ପରାମର୍ଶ କରିବା ସହିତ ଫୋନ ମାଧ୍ୟମରେ ବୁର୍ଲା ବଡ଼ ଡାକ୍ତର ଖାନl ରେ ମଧ୍ୟ ଯୋଗାଯୋଗ କରି ଛନ୍ତି , ଯେହେତୁ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଏପରି ବ୍ୟବସ୍ଥା ନାହିଁ ତେଣୁ ବୁର୍ଲା ମେଡିକାଲ୍ ରେ ଏ ବ୍ୟବସ୍ଥା ଉପଲବ୍ଧ ଓ ଜଣେ ବ୍ୟକ୍ତି
ମ୍ରୁତ୍ୟୁବରଣ ର ୨ ରୁ ୪ ଘଣ୍ଟା ମଧ୍ୟରେ ଚକ୍ଷୁ ଭଣ୍ଡାରରେ ଚକ୍ଷୁ ସଂଗ୍ରହ କରାଯାଏ ଓ ଅନ୍ଧ ଲୋକକୁ ରୋପଣ କରାଯାଏ ବୋଲି ତାଙ୍କ ସହ ବି ପରାମର୍ଶ କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲାର ଏ ବ୍ୟକ୍ତି ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେ କି ନିଜର ଅମୂଲ୍ୟ ଅଙ୍ଗ ଆଖିକୁ ଦାନ କରିବା ସକାଶେ ଆଗକୁ ଆସିଛନ୍ତି । ସେହିପରି ଏହି ଦିନରେ ରୋଗୀ ସେବା ଶ୍ରମ ର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରିଛନ୍ତି । ଏପରି ମହତ୍ ଉଦ୍ଦେଶ୍ୟ ନେଇ କରୁଥିବା ଜଣେ ଭଲ ମଣିଷ ର ଭଲ କାର୍ଯ୍ୟ ରେ ସୁବର୍ଣ୍ଣପୁର ଜିଲ୍ଲାର ରକ୍ତଦାତା ପ୍ରବର୍ତ୍ତକ ସଙ୍ଘ ର ସଭାପତି ମନୋଜ ପଣ୍ଡା ମଧ୍ୟ ତାଙ୍କ ସହିତ ଉପସ୍ଥିତ ରହି ଏଇ ମହାନୁଭବି ରୂପକ କୁ ଉତ୍ସାହ ଓ ପ୍ରେରଣା ଦେଇଥିଲେ l