-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
23-Aug-2026
ସମ୍ବଲପୁର,ତା:(ସଂଜୀବ ପାଣିଗ୍ରାହୀ ).ଆଜି ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ ପାଇଁ ଏକ କାର୍ଯ୍ୟାଶାଳା ସମ୍ବଲପୁର କୁଞ୍ଜେଲପଡା ସ୍ଥିତ ସଂସ୍କୃତି ଭବନ ପରିସର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟାଶାଳା ରେ ରାଷ୍ଟ୍ରୀୟ ସେବା ଭାରତୀ ର ରାଷ୍ଟ୍ରୀୟ ମନ୍ତ୍ରୀ ଡ଼ା. ରାମ କୁମାର ଓ ସେବା ଭାରତୀ ଓଡ଼ିଶା ପଶ୍ଚିମ ର ସଭାପତି ଡ଼ା. ଶିରୀଶ ପଟେଲ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ। ରାଉରକେଲା, ଝାରସୁଗୁଡା, ସମ୍ବଲପୁର, ବରଗଡ଼ ଓ କୋରାପୁଟ ରୁ ଡାକ୍ତର ଓ ସ୍ବେଛାସେବୀ ଉପସ୍ଥିତ ରହି ସେପ୍ଟେମ୍ବର ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ କେମିତି ସୁନ୍ଦର ଭାବରେ ସୁପୋଷଣ ଜାଗରଣ ଅଭିଯାନ ହୋଇପାରିବ ତାର ପ୍ରଶିକ୍ଷଣ ଓ ଯୋଜନା ବୈଠକ ହୋଇ ଯାଇଛି।
ନମୋ ର ଓଡ଼ିଶା ପ୍ରାନ୍ତର ସଂଗଠନ ମନ୍ତ୍ରୀ ଡ଼ା. ସଂଜୀବ ମିଶ୍ର, ଡ଼ା. ଚିତ୍ତରଞ୍ଜନ ମିଶ୍ର, ଡ଼ା. ଶ୍ରୀବତ୍ସ ନାୟକ, ଡ଼ା. ପ୍ରଜିତ ଶାଶ୍ୱତ ହୋତା, ଡ଼ା. ମନୋଜମଣୀ ମେହେର, ଡ଼ା. ରାମଗୋପାଳ ଭୋଇ, ଡ଼ା. ଦେବାଶିଷ ପ୍ରଧାନ, ଡ଼ା. କାର୍ତ୍ତିକେଶ୍ୱର ପ୍ରଧାନ, ଫାର୍ମାସିଷ୍ଟ ଓ ସ୍ବେଛାସେବୀ ଉପସ୍ଥିତ ରହି ୫ ଟି ଜିଲ୍ଲା ର ୫୦ଟି ବସ୍ତିରେ ସୁପୋଷଣ ଜାଗରଣ ଅଭିଯାନ ୭ ଦିନ ଧରି କରିବେ ବୋଲି ଯୋଜନା କରିଥିଲେ। ଏହି କାର୍ଯ୍ୟଶାଳା କୁ ସେବା ଭାରତୀ ଓଡ଼ିଶା ପଶ୍ଚିମ ର ପ୍ରାନ୍ତ ସଂଗଠନ ମନ୍ତ୍ରୀ ହୃଷିକେଶ ନାଗ ପରିଚାଳନା କରିଥିଲେ।