-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
23-Aug-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବସିଥିବା ବେଳେ ୨ଜଣ ଯୁବକ ବାଇକରେ ଆସି ଶହେ ଟଙ୍କା ମାଗିଥିଲେ ହେଲେ ସେହି ବ୍ୟକ୍ତି ଜଣକ ନଦେବାରୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ କରି ମୋବାଇଲ ଧରି ଦୁର୍ବୁତ୍ତ ମାନେ ଫେରାର ହେବା ଏବଂ ଗୁରୁତର ଯୁବକ ଷ୍ଟେଚରେ ବିନିକା ଥାନାକୁ ଆସି ନ୍ୟାୟ ଭିକ୍ଷା ମାଗିବା ଭଳି ଏକ ଶିର୍ଷକାତର ଘଟଣା ଘଟିଛି ବିନିକା ଅଞ୍ଚଳରେ ।ମିଳିଥିବା ସୂଚନା ମୁତାବକ ଏହି ବ୍ଲକ ଅଧିନସ୍ଥ ଶଙ୍କରା ଗ୍ରାମ ମେଡିକାଲ ନିକଟରେ ସେହି ଗ୍ରାମର ଉତ୍ତର ଦେହେରୀ(୨୫)।ବସିଥିଲେ। ଠିକ ସେହି ସମୟରେ ବାଇକ ଯୋଗେ ୨ଜଣ ଦୁର୍ବୁତ୍ତ ତାଙ୍କ ପାଖକୁ ଆସି ଗଞ୍ଜେଇ ନିଶା ଖାଇବାକୁ ଶହେ ଟଙ୍କା ମାଗିଥିଲେ।ହେଲେ ଉତ୍ତର ଟଙ୍କା ନଦେବାରୁ ଦୁର୍ବୁତ୍ତ ମାନେ ଅପରେସନ ବ୍ଲେଡରେ ମରଣାତ୍ମକ ଆକ୍ରମଣ ସହ ପ୍ରବଳ ମାଡ଼ ମାରି ମୋବାଇଲ ଲୁଟି ଚମ୍ପଟ ମାରିଥିଲେ ।ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଘରକୁ ଖବର ଦେବାସହ ଆହତ ଉତ୍ତରକୁ ଆମୁଲାନ୍ସ ଯୋଗେ ଆଣି ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପ୍ରାଥମିକ ଚିକିତ୍ସା ପରେ ଉତ୍ତର ଷ୍ଟେଚର ଯୋଗେ ତାର ପରିବାର ସହ ବିନିକା ଥାନାକୁ ଆସି ଅଭିଯୋଗ କରିବା ସହ ଦୁର୍ବୁତ୍ତ ମାନଙ୍କୁ ଗିରଫ କରିବାକୁ ଦାବୀ କରିଛନ୍ତି।