-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : ରବିଋତୁରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ବଲାଙ୍ଗୀର ବିଜେପି ପକ୍ଷରୁ ଆଜି ଜିଲା ଯୋଗାଣ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି। ବିଜେପି ଦଳ ସରକାରଙ୍କ ଚାଷୀ ମlରଣ ନୀତି
ବିରୁଦ୍ଧରେ ଗର୍ଜିଛି l ବିଭିନ୍ନ ଦାବି ନେଇ ବିଜେପି କର୍ମୀ ମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଣ୍ଡିରେ ଧାନ ପଡି ରହିବା, ମିଲ୍ ମାଲିକମାନଙ୍କ ରାଜୁତି ମଣ୍ଡିରୁ ସମାପ୍ତ କରିବା, କଟନି ଛଟନି ବନ୍ଦ କରିବା, ବସ୍ତା ସୁତୁଲିି, ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ କେନ୍ଦ୍ର ସରକାର ଦେଉଥିବା ବେଳେ ଏହା ଚାଷୀଙ୍କୁ ନଦେଇ ଏହି ଅର୍ଥ ମିଲର୍ସମାନେ ହଡ଼ପ
କରୁଥିବା ଅଭିଯୋଗର ତଦନ୍ତ ପାଇଁ ଭାଜପା ପକ୍ଷରୁ ଦାବି ହୋଇଛି। ୫ ଦଫା ଦାବି ନେଇ ସିଏସ୍ଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ଜଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଜିଲା ଭାଜପା ସଭାପତି ଶିବାଜୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।