-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
କଣ୍ଟାବାଞ୍ଜି (ପ୍ରେରଣା ଖବର) : ବଲାଙ୍ଗୀର ବନଖଣ୍ଡ ର କଣ୍ଟାବାଞ୍ଜି ବନାଞ୍ଚଳ ଆନୁକୂଲ୍ୟରେ ଆଜି ୭୨ ତମ ବନ ମହୋତ୍ସବର ଦ୍ୱିତୀୟ ଦିନପାଳିତ ହୋଇଯାଇଛି।କଣ୍ଟାବାଞ୍ଜିସ୍ଥିତ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ରେଞ୍ଜର ଶ୍ରଦ୍ଧାଦେବ ବଡମାଳିଙ୍କ ନେତୃତ୍ବରେ ଅତିଥି ଭାବରେ
ପ୍ରକୃତିବନ୍ଧୁ ତଥା ଜୁନିଅର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ,ପ୍ରକୃତିବନ୍ଧୁ ଡୋଳାମଣି ମହତ ଯୋଗଦେଇଥିଲେ।ସାରାବିଶ୍ୱକୁ ସବୁଜ ସୁନ୍ଦର କରିବାର ସଂକଳ୍ପ ନେଇ ପରିସର ମଧ୍ୟରେ ବୃକ୍ଷ ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ବିନୋଦ ବିହାରୀ ଧରୁଆ,ଏଚଡିଏଫସି ବ୍ୟାଙ୍କର କର୍ମଚାରୀ ଲକ୍ଷ୍ମୀ ଭର୍ମା,ଫରେଷ୍ଟ
ଗାର୍ଡ ଚନ୍ଦ୍ରକାନ୍ତୀ ସୁନା,ଆଶିଷ ଜୈନ,ପୁରନ୍ଦର ବିଶ୍ୱ।ଳ,ବିଭୁତି ଭୁଷଣ ନାଗ,ରାଜେଶ ସାହୁ,ପୀତାମ୍ବର କୁମ୍ଭାର,କେଶବ ନାଗ,ରାମ ମାଝୀ,କପିଳ ମାଝୀ, ପରମାନନ୍ଦ ଭାଟି, ଚିତ୍ତରଞ୍ଜନ ପନିକା ସମେତ ଅଗ୍ନିଶମ ବିଭାଗର କର୍ମଚାରୀ ଓ ଜଙ୍ଗଲ ବିଭାଗର କର୍ମଚାରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।