-+91-9937148622 |
prerana_bgr@rediffmail.com |
Tuesday 25th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
ଜୁନାଗଡ଼:(ପ୍ରେରଣା ଖବର) କଳାହାଣ୍ଡି ଜିଲ୍ଲାର ଜୁନାଗଡ ସହରରେ ଘରୋଇ ‘ସନ ହସ୍ପିଟାଲ’ ଉଦ୍ଘାଟିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
କଳାହାଣ୍ଡି ଜିଲ୍ଲାରେ ଏହି ଘରୋଇ ହସ୍ପିଟାଲ ଆରମ୍ଭ ହୋଇଥିବାରୁ ରାଜ୍ୟ ଓ ବାହାରର ବିଭିନ୍ନ ହସ୍ପିଟାଲ ଉପରେ ଆଉ ଜିଲ୍ଲାବାସୀ ନିର୍ଭର କରିବାକୁ ପଡିବ ନାହିଁ। ଅଞ୍ଚଳବାସୀ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ବୋଲି ମନ୍ତ୍ରୀ କହିଥିଲେ।
, ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ପ୍ରତାପ କୁମାର ବେହେରା, ଡ଼ା. ନିହାରେନ୍ଦ୍ର ପଣ୍ଡା ଏବଂ ଡିପିଏମ୍ ଅବନୀ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପରିଚାଳନା ଦାୟିତ୍ବରେ ଥିବା ତାଙ୍କ ପୁଅ ଦୁର୍ଯ୍ୟୋଧନ ସାହୁ, ସୁରେଶ ସାହୁ, ଦୁର୍ଗା ସାହୁ ଏହି ହସ୍ପିଟାଲକୁ ସଠିକ ଭାବେ କାର୍ଯକ୍ଷମ କରିବାକୁ ଜନସାଧାରଣ ସହଯୋଗ କାମନା କରିଥିଲେ।ସ୍ବେଚ୍ଛାସେବୀ ସୁଖବିନ୍ଦର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଅନ୍ୟତମ ପରିଚାଳକ ମନୋଜ ସାହୁ ଏହି ଚିକିତ୍ସାଳୟରେ ସେବାକୁ ଅଧିକ ପ୍ରାଧାନ୍ୟ ଦେଇ ଲୋକଙ୍କୁ ସୁବିଧା ଯୋଗାଇ ଦିଆଯିବ ବୋଲି କହିବାସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।