-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
25-Jun-2021
ବିନିକା (ହିମାଂଶୁ ଶେଖର ପୁଟେଲ): ଗତକାଲି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବିନିକା ସହର ଗଡ଼ଭିତର ପଡା ସ୍ଥିତ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉ ଙ୍କ ସ୍ନାନଯାତ୍ରା କୋଭିଡ଼ କଟକଣା ନିୟମ ଅନୁଯାୟୀ ପାଳିତ ହୋଇଯାଇଛି l ସର୍ବପୁରାତନ ୧୨୩୦ ଖିଷ୍ଟଦ୍ଦରେ ନିର୍ମିତ ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିରରେ ସ୍ନାନଯାତ୍ରା ନିତିକାନ୍ତି ଦ୍ୱାରଫିଟା,କର୍ପୁର ଆଳତି,ଷୋଡ଼ଶ ଉପଚାରରେ ପୂଜା ଓ ନିତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା l ଏହା ବ୍ୟତୀତ ନିତ୍ୟ ଆଳତି,ଖେଚୁଡ଼ି, କ୍ଷୀରି, ପିଠା ଭୋଗ ଆଦି ପ୍ରଭୁ ଜଗନ୍ନାଥଙ୍କ ପାଇଁ କରାଯାଇଥିଲା l ମନ୍ଦିର ପୂଜକ ହରିହର ପୂଜାରୀଙ୍କ ପ୍ରତେକ୍ଷ୍ୟ ତତ୍ତ୍ଵାବଧାନରେ ଅନୁଷ୍ଟିତ ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ମଧୁସୂଦନ ଦାଶ,ନାରାୟଣ ପାଢ଼ୀ, ଉମା ଷଡ଼ଙ୍ଗୀ,ଘଡିଗୋପାଳ ପଣ୍ଡା,ଶୀତଳ ପ୍ରସାଦ ମହାକୁର,ସ୍ଵାଧୀନ ମିଶ୍ର,ସୋମନାଥ ମିଶ୍ର, ହଲାୟୁଦ୍ ମିଶ୍ର ପ୍ରମୁଖଙ୍କ ସମେତ ସୀମିତ ସଂଖ୍ୟାରେ ଭକ୍ତ ଉପସ୍ଥିତ ରହି ସ୍ନାନଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ l