-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
24-Jun-2021
ପାଟଣାଗଡ (ପ୍ରେରଣା ଖବର): ମହାମାରୀ କରୋନା ରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଅନେକ ଲୋକଙ୍କ ଜୀବନ ଯାଇଛି l କରୋନା ରୂପକ ରାକ୍ଷସ ଅନେକ ଶିଶୁ ଙ୍କୁ ଅନାଥ କରିଦେଇଛି l ଏପରି ଏକ ଦୁଃଖଦ ମୁହୂର୍ତ୍ତରେ
ସମବେଦନା ଓ ସହଯୋଗର ହାତ ବଢାଇଛନ୍ତି ପାଟଣାଗଡ଼ ର ଯୁବ ବିଜେଡ଼ି ବିଧାୟକ ସରୋଜ ମେହେର l ନିଜର କର୍ମୀ ଓ ସମର୍ଥକଙ୍କ ସହ ସେ ଏପରି ପରିବାର ମାନଙ୍କ ପାଖରେ ପହଞ୍ଚିଛନ୍ତି ଯେଉଁ ମାନଙ୍କ ସୁନାର ସ ସଂସାର ଚୁନା ହୋଇଯାଇଛି l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଯୋଜନାରେ ଚିହ୍ନଟ ପରିବାରକୁ ତୁରନ୍ତ ଆର୍ଥିକ ସହଯୋଗ ପ୍ରଦାନ କରାଯିବ ବୋଲି ଶ୍ରୀ ମେହେର ପ୍ରତିଶ୍ରୁତି ଦେଇଥିଲେ l କିଛି ଦିନ ପୂର୍ବରୁ ବିଧାୟକ ଶ୍ରୀ ମେହେର ପାଟଣାଗଡ଼ ନିର୍ବାଚନ
ମଣ୍ଡଳୀ ଅନ୍ତର୍ଗତ ଖପ୍ରାଖୋଲ ଅଂଚଳକୁ ଯାଇ କରୋନା ଜନିତ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହଯୋଗ ପ୍ରଦାନ କରିଥିଲେ l କରୋନା ମହାମାରୀ ସମୟରେ ବିଧାୟକ ସରୋଜ ମେହେରଙ୍କ ମହାନତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l