-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
11-Aug-2026
ସିନ୍ଧେକେଲା(ଅନୀଲ ତ୍ରିପାଠୀ ): ବଙ୍ଗୋମୁଣ୍ଡା ବ୍ଲକ ଅର୍ନ୍ତଗତ ସିନ୍ଧେକେଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାକୁ ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ତପନ ଜୈନ ଙ୍କ ଉପସ୍ଥିତିରେ ପ୍ରଧାନ ଆଚାର୍ଯ୍ୟ ବିଷ୍ଣୁ ପ୍ରସାଦ ପୁଜାରୀ ସ୍ବାଗତ ଭାଷଣ ଦେଇଥିଲେ। ସଙ୍କୁଳ ଅନ୍ତର୍ଗତ ୯ ଟି ଶିଶୁ ମନ୍ଦିରରୁ ମୋଟ ୨୦୩ ଜଣ ପ୍ରତିଭାଗୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ବୈଦିକ ଗଣିତ ପ୍ରଶ୍ନ ମଞ୍ଚ, ସଂସ୍କୃତି ଜ୍ଞାନ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପ୍ରଶ୍ନ ମଞ୍ଚ ଅନୁଷ୍ଠିତ ହେବାସହ ଶିଶୁ ବର୍ଗର ୪୨ ଟି ପ୍ରକଳ୍ପ, ବାଲ ବର୍ଗର ୮ ଟି କିଶୋର ବର୍ଗର ୩ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଉଦଯାପନୀ ସମାରୋହ ରେ ବଲାଙ୍ଗୀର ସାଂସଦଙ୍କ ଟିଟିଲାଗଡ ବ୍ଲକ ପ୍ରତିନିଧି ମୁକେଶ
କୁମାର ଜୈନ ମୂଖ୍ୟ ଅତିଥି ଭାବେ ଯୋଗଦେଇ କୃତିତ୍ୱ ଭାଇ ଭଉଣୀଙ୍କୁ ପୁରସ୍କୃତ କରିଥିଲେ । ଭାଇ ଭଉଣୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରି ଉତ୍ତମ ବିଦ୍ୟା ଅଧ୍ୟୟନ କରିବା ସହ ନିଜ ସଂସ୍କୃତିକୁ କିପରି ବଜାୟ ରଖିବେ, ସେ ଉପରେ ମାର୍ଗଦର୍ଶନ କରିଥିଲେ। ପରିଶେଷରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପୁଜାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।