-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
11-Aug-2026
କଣ୍ଟାବାଞ୍ଜି,ବେଳପଡା(ମୋହନ ସୁନା): ସରକାର ଆବାସ ଯୋଜନାରେ ମାଗଣା ରେ ଗରିବ ହିତାଧିକାରୀ ଙ୍କୁ ଘର ପ୍ରଦାନ କରୁଥିବା ବେଳେ ସେହି ଆବାସ ଯୋଜନାରେ ନାଁ ରେ ହିତାଧିକାରୀ ଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ବେଳେ ଟଙ୍କା ନ ଦେଲେ ତାଙ୍କ କିସ୍ତି ଟଙ୍କା ପକାଇ ଦେଉନାହାନ୍ତି ଦାଇତ୍ୱ ରେ ଥିବା ସରକାରୀ କର୍ମଚାରୀ ଏହିଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ବେଳପଡା ର ମଧ୍ୟପୁର ପଞ୍ଚାୟ ରୁ। ଚଳିତ ବର୍ଷ ଏହି ପଞ୍ଚାୟତ ର ମଧ୍ୟପୁର,କେନକେବା,କଟାପାଟି ଗାଁ ର ଅନେକ ହିତାଧିକାରୀ ଆବାସ ଯୋଜନାରେ ସାମିଲ ହୋଇ ତାଙ୍କୁ ପ୍ରଥମ କିସ୍ତି ୪୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଏକାଉଣ୍ଟ୍ ରେ ଜମା ହୋଇଥିବା ବେଳେ ଦ୍ବିତୀୟ କିସ୍ତି ପାଇଁ ଆବାସ ଯୋଜନା ଦାଇତ୍ୱ ଥିବା ସରକାରୀ କର୍ମଚାରୀ ମାନେ ଗାଁ ରେ ଦଳାଳ ରଖି ଆବାସ ହିତାଧିକାରୀ ଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି ଏବଂ ଯେଉଁ ହିତାଧିକାରୀ ମାନେ ଟଙ୍କା ନ ଦେଲେ ତାଙ୍କ ଦ୍ବିତୀୟ କିସ୍ତି ଟଙ୍କା ମଞ୍ଜୁର କରୁନାହାନ୍ତି ବୋଲି ଅଭିଯୋଗ ହେଉଛି। ଯାହାଫଳରେ ଅନେକ ହିତାଧିକାରୀ ତାଙ୍କ ଘର ନିର୍ମାଣ କାର୍ଯ୍ୟ କରି ସାରିବା ସ୍ବେତେ ମଧ୍ୟ ଦ୍ବିତୀୟ କିସ୍ତି ଟଙ୍କା ଛାଡୁନାହାନ୍ତି। ଗରିବ ହିତାଧିକାରୀଙ୍କୁ ଖୋଲମଖୋଲା ଆବାସ ଯୋଜନା ନାଁ ରେ ଟଙ୍କା ଆଦାୟ କରୁଥିବା ଘଟଣା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଙ୍କ ନିର୍ବାଚନ ମଣ୍ଡଳୀ ରୁ ଅଭିଯୋଗ ହେଉଛି। ରାଜ୍ୟ ରେ ଲୋକ ଙ୍କ ସରକାର ଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ଙ୍କ ଅଞ୍ଚଳ ରେ ଆବାସ ଯୋଜନାରେ ସାମିଲ ହୋଇ ଲୋକେ ଟଙ୍କା ଦେଇ ନ ପାରି ଦୁର୍ଦ୍ଦଶା ଭୋଗୁଛନ୍ତି। ଦାଇତ୍ୱ ଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ଶଙ୍କର ଭୋଇ ପରୋକ୍ଷ ଭାବେ ଏହି ଦୁର୍ନୀତି ସଂପୃକ୍ତ ରହି
ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଥିବା ତାଙ୍କୁ ଯୋଗାଯୋଗ କରିଥିଲୁ ହେଲେ ତାଙ୍କ କୌଣସି ମତାମତ ମିଳିପାରିନାହିଁ। ତେବେ ଭିଜିଲାନ୍ସ ବିଭାଗ ନଜର ଦେଇ ମଧ୍ୟପୁର ପଞ୍ଚାୟତ ରେ ଚାଲିଥିବା ଆବାସ ନାଁ ରେ ଟଙ୍କା ଆଦାୟ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।