-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
11-Aug-2026
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ, ୭୮ ଗୋଟି ଅଭିଯୋଗ ଶୁଣାଣି କରି ତୁରନ୍ତ ପଦକ୍ଷେପ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗୋଷ୍ଠୀଗତ ଅଭିଯୋଗ ପାଇଁ ଅନେକ ସମସ୍ୟା ଶୁଣାଣି କୁ ମଧ୍ୟ ଆବଶ୍ୟକ ପଦକ୍ଷେପ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅଭିଯୋଗ ଶୁଣାଣି ଶିବିର ରେ ଏସପି ଅମୃତପାଲ ସିଂ, ବନଖଣ୍ଡ ଅଧିକାରୀ ଅଜିଜ ଖାନ୍, ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ସୂର୍ମି ସୋରେନ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାସ୍ତରୀୟ ଅଧିକାରୀମାନେ ସାମିଲ ହୋଇ ଆସିଥିବା ଅଭିଯୋଗ ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷ କରି ସିନାପାଲି ଉଦନ୍ତୀ ନଦୀ ଉପରେ ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅନିୟମିତତା, ବାଲି ଚର ତଦନ୍ତ ଝଙ୍କରଗୁଡ଼ା ଚହଁରା ଲିଆଡ ପର୍ଯ୍ୟନ୍ତ ଉଦନ୍ତୀ ନଦୀ ରେ ଆଡ଼ିବନ୍ଧ ନିର୍ମାଣ, ଗୋଡଧାପଦର ଗ୍ରାମ କୁ ବୋଡ଼େନ ବଦଳରେ ଖଡ଼ିଆଳ ଫିଡର୍,ରୁ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ କହିଥିଲେ |