-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
16-Jun-2021
ଗଞ୍ଜାମ (ଉମା ମହାରଣା) :ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଉତ୍ତର ମୁଖୀ ବସ୍ତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟି ଯାଇଛି ମୃତ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବାବେଳେ ଜଣେ ମୃତ ଓ ଦୁଇ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି l ମୃତ ଯୁବକ ଜଣକ ହେଲେ ଚନ୍ଦନ ପ୍ରଧାନ l ଖବର ପାଇ ବଡବଜାର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିବା ସହ ମୃତ ଦେହ ଉଦ୍ଧାର କରି ପଞ୍ଚନାମା ନିମନ୍ତେ ପଠାଇଛନ୍ତି l ଆହତ ଯୁବକଙ୍କ ବୟାନକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ କାବୁ କରିବା ନିମନ୍ତେ ତନାଘନା ଚଳାଇଛି l