-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
16-Jun-2021
ଭୁବନେଶ୍ୱର(ଶୁଭାଶିଷ ନାୟକ): କରୋନା ଯୋଗୁ ଆସନ୍ତା ୧୭ରୁ ୨୪ ମଧ୍ୟରେ ନିର୍ଦ୍ଧାରିତ ହୋଇଥିବା ଓଜେଇଇ (ଓଡ଼ିଶା ଯୁଗ୍ମ ପ୍ରବେଶିକା) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତ ପ୍ରକାଶ ପାଇଥିବାବେଳେ ପରବର୍ତ୍ତୀ ପରୀକ୍ଷା ସମ୍ପର୍କିତ ସୂଚୀ ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ । ତେବେ ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ସମ୍ପର୍କିତ ତାରିଖକୁ ଘୋଷଣା କରାଯିବ ବୋଲି ବିଭାଗ ଦର୍ଶାଇଛି ।
ସେହିପରି ୨୦୨୧ ଶିକ୍ଷା ବର୍ଷର ବିଭିନ୍ନ ବିଷୟରେ ନାମଲେଖା ପାଇଁ ଓଜେଇଇ ଆବେଦନ ଅବଧିକୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀମାନେ ଜୁଲାଇ ୧୪ ପର୍ଯ୍ୟନ୍ତ ଆବେଦନ ଫି’ ଦାଖଲ କରିପାରିବେ ବୋଲି ଓଜେଇଇ ଚେୟାରମେନ୍ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।