-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
14-Jun-2021
ବିନିକା (ହିମାଂଶୁ ଶେଖର ପୁଟେଲ) : ବିନିକା ଥାନା ଅନ୍ତର୍ଗତ ମେଘଲା ସାହାଜବହାଲ ଜଙ୍ଗଲରେ ଗତକାଲି ରାତି କିଛି ଲୋକ ବାର୍ହା ଶିକାର କରିବାକୁ, ନିକଟରେ ଥିବା ଲାଇଟ ଖମ୍ବରୁ ଜଙ୍ଗଲରେ ତାର ବିଛାଇଥିଲେ ତେବେ ବନାଞ୍ଚଳ ବିଭାଗ ପକ୍ଷରୁ ବନସୁରକ୍ଷା ସମିତିର ସଦସ୍ୟମାନେ ଜାଣି ପାରି ଶିକାରୀ ମାନଙ୍କୁ ଧରିବାକୁ ଯାଇଥିଲେ ତେବେ ଜଣକୁ ଧରିଥିବା ବେଳେ ଆଉ ଦୁଇଜଣ ଶିକାରୀ ଫେରାର ହୋଇଯାଇଥିଲେ।
ତାଙ୍କ ଠାରୁ ତାର ଗୋଟିଏ ବଣ୍ଡଲ ସହ ଗୋଟିଏ ମୋଟର ସାଇକଲ ବନବିଭାଗ ଜବତ କରିଥିବା ବିନିକା ବନାଞ୍ଚକ ଭାରପ୍ରାପ୍ତ ରେଞ୍ଜର ଶିବ ପ୍ରସାଦ ନାଏକ ସୂଚନା ଦେଇଛନ୍ତି l ଧରାପଡ଼ିଥିବା ଶିକାରୀ ନିକଟସ୍ଥ କୌଡିଆମୁଣ୍ଡା ଗ୍ରାମର ସୁରେନ୍ଦ୍ର ବାଘ ଏବଂ ଫେରାର ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଧରାଯିବ ବୋଲି କହିଛନ୍ତି l